jayashree

ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ : ସଂଗଠନ ସୁଦୃଢ଼ ପାଇଁ ଆହ୍ୱାନ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ସ୍ଥିତ ଜିଆର୍ ପ୍ୟାଲେସରେ କଂଗ୍ରେସ ଦଳ ପକ୍ଷରୁ ବିଏଲଏ -୨ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ଏବଂ ବୁଥ ସ୍ତରର କର୍ମୀଙ୍କୁ ନିର୍ବାଚନ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଅନିଲ ମେହେର, କଂଗ୍ରେସ ମିଡିଆ ସେଲ୍ ଚେୟାରମେନ ଅରବିନ୍ଦ ଦାସ, ଜିଲ୍ଲା ପରିଷଦ ସଦସ୍ୟ କୈଶିକ ମେହେର, ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ନାରାୟଣ ଜୈନ, ଜିଲ୍ଲା ପରିଷଦ ସଦସ୍ୟ ଓମ୍‌ କୁମ୍ଭାର, କଣ୍ଟାବାଞ୍ଜି ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ଦାମ୍ବରୁ ବେହେରା, ଉପାଧ୍ୟକ୍ଷା ମନୋରମା ରାଉତ ଓ ଗୁରୁଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ ବୁଥ ସ୍ତରରେ ସଂଗଠନକୁ ମଜବୁତ କରିବା, ଭୋଟର ତାଲିକାର ସଠିକ୍ ଯାଞ୍ଚ, ନୂତନ ଭୋଟରଙ୍କୁ ଯୋଡ଼ିବା ଏବଂ ଦଳୀୟ କାର୍ଯ୍ୟକଳାପକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ବୁଥର ବିଏଲ୍‌ଏ-୨ ଓ କଂଗ୍ରେସ କର୍ମୀମାନେ ବହୁ ସଂଖ୍ୟାରେ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।

Leave A Reply

Your email address will not be published.