
ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ଚୁଡାପାଲି ଠାରେ ବିଦ୍ୟଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ପରିଚାଳନା ସମିତିର ଉପସଭାପତି ସଞ୍ଜୀବ କୁମାର ମେହେର ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଧାନଆଚାର୍ଯ୍ୟ ଶମ୍ଭୁ ପ୍ରସାଦ ମହାକୁର ଅତିଥି ମାନଙ୍କର ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଧାରସ୍ତରରୁ ଆରମ୍ଭ କରି ମାଧ୍ୟମିକ ସ୍ତର ଶିଶୁମାନେ ଗଣିତ ଓ ବିଜ୍ଞାନ ବିଷୟର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ବିଜ୍ଞାନ ଓ ଗଣିତ ପତ୍ରବାଚନ, ପ୍ରଶ୍ନ ମଞ୍ଚ, ପ୍ରୟୋଗରେ ଅଂଶ ଗ୍ରହଣ କରିଥିଲେ । ସମାରୋହ ଉତ୍ସବରେ ପରିଚାଳନା ସମିତିର ସହ ସମ୍ପାଦକ ସନ୍ତୋଷ କୁମାର ସା ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶିଶୁ ମନ୍ଦିର ବିଜ୍ଞାନ ପ୍ରମୁଖ ଜିତେନ୍ଦ୍ର ମାଲ ଗଣିତ ପ୍ରମୁଖ ପବିତ୍ର ବାରିକଙ୍କ ତତ୍ତ୍ଵାବଧାନରେ ଓ ସମସ୍ତ ଗୁରୁଜୀ ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।