jayashree

ଶ୍ରାବଣର ପ୍ରଥମ ସୋମବାରରେ ଶିବାଳୟରେ ପ୍ରବଳ ଭିଡ଼

ଦେଓଗାଁ, (ମନୀଷ କୁମାର ସାହୁ) : ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ଦେଓଗାଁ ବ୍ଲକରେ ଥିବା ସିକୁଆଁ ଶିବ ମନ୍ଦିରରେ କାଉଡ଼ିଆ ଓ ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ବୋଲ୍‌ବମ୍ ଧ୍ୱନିରେ ସିଦ୍ଧେଶ୍ୱର ପୀଠ କମ୍ପିଥିଲା । ମନ୍ଦିର ନିକଟରେ ଥିବା ସୋନଗଡ଼ ନଦୀରେ ସ୍ନାନ କରି ଜଳ ଉଠାଇ କାଉଡ଼ିଆମାନେ ମନ୍ଦିରକୁ ପ୍ରବେଶ କରିବା ପରେ ମହାଦେବଙ୍କୁ ପୂଜାର୍ଚ୍ଚନା କରି ଜଳ ଚଢ଼ାଇଥିଲେ । ତେବେ ଭିଡ଼ ନିୟନ୍ତ୍ରଣ ପାଇଁ ମନ୍ଦିର ପରିଚାଳନା କମିଟି ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ । ଏହି ମନ୍ଦିରକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ଭକ୍ତ ଆସି ରାତି ୨ଟାରୁ ଲାଇନରେ ଛିଡ଼ା ହୋଇ ସକାଳ ୧୦ଟା ପର୍ଯ୍ୟନ୍ତ ଜଳାଭିଷେକ କରିଛନ୍ତି । ତେବେ ଆଜି ପ୍ରଥମ ସୋମବାର ହୋଇଥିବାରୁ ସିକୁଆଁ ସହ କୁମ୍ଭପଥର, ଶିବତଲା, ବଡ଼ବନ୍ଧ, ଖଗସିକନା, ଚାଟିପଦରରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.