
ବଲାଙ୍ଗିର, (କେପିଏନ୍ଏସ୍) : ୨ ଅଗଷ୍ଟ ଦିନ ବିଷ୍ଣୁମୁଣ୍ଡା ପାଖରେ ଅବସ୍ଥିତ ଏକାଡେମିକ୍ ହାଇଟ୍ସ ପବ୍ଲିକ ସ୍କୁଲଠାରେ ରୋଟାରି ଏଲିଟ ତରଫରୁ “ଗ୍ରୀନ ଡ୍ରିମ”- ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ ସ୍କୁଲର ଅଧ୍ୟକ୍ଷ ବିଶ୍ୱରଞ୍ଜନ ରାୟ, ସ୍କୁଲର ନିର୍ଦ୍ଦେଶକ ଅଜିତ୍ ଶତପଥୀ ଓ ଅର୍ଚ୍ଚନା ଶତପଥୀ ରୋଟାରି ଏଲିଟର ସଭ୍ୟମାନଙ୍କୁ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଇଁ ପ୍ରୋତ୍ସାହିତ କରିଥିଲେ । ଏହିଦିନ ପ୍ରାୟ ୧୦୦ଟି ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ, ଛାତ୍ରଛାତ୍ରୀ ମଧ୍ୟ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏଲିଟ ସଭାପତି ସୁରେଶ ଯାଦବ, ସମ୍ପାଦକ ଭୂମିକା ଭମର ଓ ଏଲିଟର ସମସ୍ତ ସଭ୍ୟସଭ୍ୟା ଗ୍ରୀନ ଡ୍ରିମ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଆସନ୍ତା ଅଗଷ୍ଟ ୧୫ ଦିନ ବିଭିନ୍ନ କିସମର ଚାରା ରୋଟାରି ଏଲିଟ ତରଫରୁ ବଣ୍ଟନ କରାହେବ ବୋଲି ସଭାପତି କହିଥିଲେ ।