jayashree

ଲାୟନ୍ସ କ୍ଲବ୍ ଅଫ୍ ଟିଟିଲାଗଡ଼ ଦ୍ୱାରା ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ “ୱାଟର ବେଲ୍” ସେବା ପ୍ରଚଳନର ଶୁଭାରମ୍ଭ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ଓମ୍‌ ଭ୍ୟାଲି ସ୍କୁଲରେ ୱାଟର ବେଲ ସେବାର ଶୁଭାରମ୍ଭ କରାଯାଇଛି । ଲାୟନ୍ସ କ୍ଲବ୍ ଅଫ୍ ଟିଟିଲାଗଡ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀ ଏବଂ ଜଳ ପ୍ରତି ସଚେତନତା ବୃଦ୍ଧି କରିବା ଶୁଭାରମ୍ଭ ଉଦ୍ଦେଶ୍ୟରେ “ସତନ୍ତ୍ର ଜଳ ଘଣ୍ଟି ପ୍ରଚଳନ ସେବା”ର ଶୁଭାରମ୍ଭ ହୋଇଛି । ଲାୟନ୍ ଦୀପକ୍ କୁମାର ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ଟିଟିଲାଗଡ଼ ସହରରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ୍ ଭ୍ୟାଲିରେ ଅନନ୍ୟ ସେବା ପ୍ରଚଳନ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମଟି ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନ ପରିସରରେ ଲାୟନ୍ସ କ୍ଲବର ସମସ୍ତ ସଦସ୍ୟ ଓ ବିଦ୍ୟାର୍ଥୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି । ଏହି ସେବା ପ୍ରଚଳନର ମୁଖ୍ୟ ଉଦ୍ଦେଶ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ତଥା କର୍ମଚାରୀମାନଙ୍କୁ ନିୟମିତ ଭାବେ ପାଣି ପିଇବା ପାଇଁ ଏବଂ ସେମାନଙ୍କ ମଧ୍ୟରେ ସୁସ୍ଥ ଜଳଯୋଜନର ଅଭ୍ୟାସ ବିକଶିତ କରିବା ପାଇଁ । “ୱାଟର ବେଲ୍”ର ସମୟ ସକାଳ ୯.୦୫ ଏବଂ ୧୧.୪୫ ମିନିଟ୍‌ ସମୟରେ ବାଜିଲେ ସମସ୍ତଙ୍କୁ ଏକାସାଙ୍ଗରେ ରହି ପାଣି ପିଇବାକୁ ମନେ ପକାଇଦେବ । ଆୟୋଜକମାନେ କହିଛନ୍ତି ଯେ, ଏହି ଘଣ୍ଟି କେବଳ ଏକ ପ୍ରତୀକ ନୁହେଁ, ବରଂ ଏହା ପିଲାମାନଙ୍କ ମଧ୍ୟରେ ଆଜୀବନ ପାଇଁ ଏକ ସୁସ୍ଥ ଅଭ୍ୟାସ ଗଢ଼ିବାର ଏକ ସରଳ ଓ ପ୍ରଭାବଶାଳୀ ମାଧ୍ୟମ ମଧ୍ୟ ଅଟେ । “ଯେତେବେଳେ ୱାଟର ବେଲ୍ ବାଜିବ, ସେତେବେଳେ ସମସ୍ତେ ପାଣି ପିଅନ୍ତୁ” ଏହି ମୂଳ ମନ୍ତ୍ରକୁ ନେଇ ଏହା ଆୟୋଜିତ । ଏହି ଅବସରରେ ଲାୟନ୍ସ କ୍ଲବ ସଭାପତି ଲାୟନ ମନୀଷ ଗୁପ୍ତା, ସମ୍ପାଦକ ଆବାସ ଖାଁ, କୋଷାଧ୍ୟକ୍ଷ ଶ୍ରୀରାମ ଅଗ୍ରୱାଲ, କ୍ଲବର ମାର୍କେଟିଙ୍ଗ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ଲାୟନ ବିନୟ ଜୈନ, ସଞ୍ଜୟ ସୋନି, ଅଜିତ ଚାନ୍ଦ ପାତ୍ର, ଲିଓ ଶୁଭଦୀପ ସାମନ୍ତ, ଶଙ୍କର ପ୍ରଧାନ, ସୁଶୀଲ ଗୋଏଲ, ଓମ୍‌ ଭ୍ୟାଲି ସ୍କୁଲର ମୁଖ୍ୟ ପରାମର୍ଶଦାତା ଡ. ରବିନ୍ ଚନ୍ଦ୍ର ପରମାଣିକ୍, ଜୁନିଅର୍ ସ୍କୁଲ କୋର୍ଡିନେଟର ନିଶି ବେରୀ ଖୁସି ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଏହି ସେବା-କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସଫଳ ହେବ ।

Leave A Reply

Your email address will not be published.