
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସ୍ଥିତ ପ୍ରସିଦ୍ଧ ଧବଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । କାଉଡ଼ିଆଙ୍କ ହର ହର ମହାଦେବ ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା । କୁମୁଡ଼ା ପାହାଡ଼ ଗୁମ୍ଫା ମଧ୍ୟରେ ବିରାଜମାନ ବାବା ଧବଳେଶ୍ୱରଙ୍କ ଦର୍ଶନ ଓ ଜଳାଭିଷେକ ପାଇଁ ବରଗଡ଼, କଳାହାଣ୍ଡି, ସମ୍ବଲପୁର, ରାୟଗଡ଼ା ସମେତ ପଡ଼ୋଶୀ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରୁ ହଜାର ହଜାର କାଉଡ଼ିଆ ଓ ଶ୍ରଦ୍ଧାଳୁ ପହଞ୍ଚି ଜଳ ଢାଳିଛନ୍ତି । ଏହି ଧବଳେଶ୍ୱର ମନ୍ଦିର ଉପରେ ଲୋକଙ୍କ ବହୁତ ଆସ୍ଥା ଓ ବିଶ୍ୱାସ ରହିଥିବା ଶ୍ରଦ୍ଧାଳୁ ମାନେ କହିଛନ୍ତି ।