
ସାଲେଭଟା, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହାଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦ୍ୱାରା ଶ୍ରୀଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେଶବ ସଂଯୁକ୍ତ ଶାଖାର କାର୍ଯ୍ୟବାହ ପ୍ରେମାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସଂପାଦକ ଯୋଗୀନ୍ଦ୍ର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ପରମ ପବିତ୍ର ଗୈରିକ ଭଗବା ଧ୍ୱଜଙ୍କଠାରେ ଗୁରୁପୂଜନ କରି ସେ ଧ୍ୱଜର ଇତିବୃତ୍ତି , ଶ୍ରୀଗୁରୁ ଦକ୍ଷିଣାର ମହତ୍ୱ ଓ ସମର୍ପଣ ଭାବନା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅମୃତ ବଚନ ପାଠ କରିଥିଲେ ପୀୟୂଷ ପଧାନ, ବ୍ୟକ୍ତିଗତ ଗୀତ ରାମଜୀ ପାତ୍ର ଗାଇଥିଲେ । ଅନ୍ୟ ସ୍ୱୟଂ ସେବକମାନଙ୍କ ମଧ୍ୟରେ ପ୍ରତ୍ୟୁଷ ପସାୟତ, କ୍ରିଷ୍ଣା ମେହେର, ସୋହନ ସାହୁ,ରି ତେଶ ପଧାନ, ଓମକାର ସାହୁ, ସତ୍ୟବାନ୍ ପସାୟତ, ତରଣୀ ବିଶ୍ୱାଳ, ବାସୁଦେବ କର ଉପସ୍ଥିତ ଥିଲେ । ଶେଷରେ ପ୍ରାର୍ଥନା ସମୀର ସାହୁ ଗାଇଥିଲେ ଓ କିଶୋର ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।