jayashree

ନୃସିଂହନାଥ ପୀଠରେ ଦୁଇ ଦିନିଆ ଗନ୍ଧମାର୍ଦ୍ଦନ ବଚାଓ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ନୃସିଂହନାଥ ସ୍ଥିତ ଆଇଓସିଏଲ୍‌ ଯାତ୍ରୀ ନିବାସରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଗନ୍ଧମାର୍ଦ୍ଦନ ବଚାଓ କୋଶଲ ଗବେଷଣା ଓ ବିକାଶ ଅନୁଷ୍ଠାନ ତରଫରୁ ଆୟୋଜିତ ହୋଇଯାଇଛି । ପ୍ରଥମ ଦିନରେ ନୃସିଂହ ଭଗବାନ ଠାରେ ଦୀପ ପ୍ରଜ୍ୱଳନ କରି ସଭା ଆରମ୍ଭ ହୋଇଥିଲା । ଆରମ୍ଭରୁ ଅଶୀ ଦଶକରେ ବିରାଟ ଗନ୍ଧମାର୍ଦନ ବଚାଓ ଆନ୍ଦୋଳନରେ ମୃତ ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଅଶୀ ଦଶକରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନରେ ଭାଗ ନେଇଥିବା ଶତାଧିକ ସଂଗ୍ରାମୀମାନଙ୍କୁ ଆଜିର ସଭାରେ ସମ୍ମାନିତ କରାଯାଇଥିଲା । ସଂଗ୍ରାମୀମାନେ ବିଗତ ଦିନର ସଂଘର୍ଷକୁ ସ୍ମରଣ କରି ଭାବୁକ ହେଲେ ଓ ଜୀବନ ପଛେ ଚାଲିଯିବ ଗନ୍ଧମାର୍ଦ୍ଦନକୁ ଖନନ କରିଦେବୁ ନାହିଁ ବୋଲି ଶପଥ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ସମ୍ମିଳନୀକୁ ଶୁଭ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ସ୍ୱାମୀ ସୋମବେଶଜୀ, ଡଃ ଗୌତମ ବିଶ୍ୱାଳ, ଡଃ ପଂକଜିନୀ ରାଉତ, ଡାଇମଣ୍ଡ ଭୁଏ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ଓ କୌଣସି ପ୍ରକାରେ ଗନ୍ଧମାର୍ଦ୍ଦନ ପର୍ବତରେ କୌଣସି କମ୍ପାନୀକୁ ଖଣି ଖନନ କରି ଦିଆଯିବ ନାହିଁ ବୋଲି କହିଥିଲେ । ପ୍ରଥମ ଅଧିବେଶନକୁ ସାକେତ ଶ୍ରୀଭୂଷଣ ସାହୁ ପରିଚାଳନା କରିଥିବାବେଳେ ଦ୍ଵିତୀୟ ଅଧିବେଶନକୁ ଗୋବିନ୍ଦ ପଟେଲ ପରିଚାଳନା କରିଥିଲେ । ସାମ୍ବାଦିକ ବଡ ଶତପଥୀଙ୍କୁ ସାମ୍ବାଦିକ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ତୁଳାଉ ଥିବାରୁ ଆଜିର କାର୍ଯ୍ୟକ୍ରମରେ ବିଧାୟିକା ବର୍ଷା ସିଂ ବରିହା ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଶେଷରେ ଡାକ୍ତର ଗୌତମ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.