
ବରଗଡ, (ମୁନ୍ନା ସାହୁ) : ପ୍ରତିଦିନ ବରଗଡ଼ କଲେଜ ରୋଡ଼ ସ୍ଥିତ ନାକା ଛକରେ ଜଣେ ମଦ୍ୟପ ବ୍ୟକ୍ତି ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବରଗଡ଼ ଟାଉନ ଥାନା ପୋଲିସ ତାଙ୍କୁ ଅଟକ ରଖିଛି । ସୂଚନା ଅନୁସାରେ, ନାକା ଛକ ଅଞ୍ଚଳରେ ମଦ୍ୟପ ଅବସ୍ଥାରେ ଥିବା ଉକ୍ତ ବ୍ୟକ୍ତି ଜଣେ ଛାତ୍ରୀଙ୍କ ଶରୀରକୁ ଅନୁଚିତ ଭାବେ ସ୍ପର୍ଶ କରିଥିବା ଅଭିଯୋଗ ହୋଇଥିଲା । ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବରଗଡ଼ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ହେପାଜତକୁ ନେଇ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ, ଅଭିଯୋଗର ସମସ୍ତ ଦିଗକୁ ଯାଞ୍ଚ କରାଯାଉଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ।