
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଭିନନ୍ଦନ ସାହିତ୍ୟ ପରିଷଦ ତରଫରୁ ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ସମ୍ମିଳନୀ କକ୍ଷରେ ପ୍ରଶନ୍ନ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଦ୍ୱିତୀୟ ବୁଦ୍ଧ ଗୁରୁ ପଦ୍ମ ସମ୍ଭବଙ୍କ ଜୟନ୍ତୀ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବରେ ଇଂ ବେଲାର ସିଂ ଭୋଇ, ମୁଖ୍ୟବକ୍ତା ଗିରିଜା ଶଙ୍କର ରଥ ତଥା ସମ୍ପାଦକ ଧିରେନ୍ଦ୍ର ନାରାୟଣ ସିଂଦେଓ ମଂଚାସୀନ ଥିଲେ । ବରିଷ୍ଠ ସଦସ୍ୟ ଧର୍ମବ୍ରତ ରଥ ଗୁରୁ ପଦ୍ମସମ୍ଭବଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ପୂର୍ବରୁ ମାଲଗୋଦାମପଡା ପ୍ରାଥମିକ ବିଦାଳୟ ଠାରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ସାର୍ଟିଫିକେଟ ଦେଇ ସମ୍ମାନିତ କରିଥିଲେ । ବକ୍ତାଗଣ ନିଜ ନିଜ ବକ୍ତବ୍ୟରେ ଦ୍ୱିତୀୟ ବୁଦ୍ଧ ଗୁରୁ ପଦ୍ମ ସମ୍ଭବଙ୍କ ଜନ୍ମ ପଶ୍ଚିମ ଓଡିଶାର ଝାରସୁଗୁଡା ଜିଲ୍ଲାର ପଦ୍ମପୁର ଗ୍ରାମରେ ହୋଇଥିବା ବେଳେ ନିଜର ଅସାଧାରଣ ଧିଶକ୍ତି ବଳରେ ସେ ବୌଦ୍ଧ ଧର୍ମର ତାନ୍ତ୍ରିକ ମତବାଦକୁ ପଲ୍ଲବିତ କରିଥିଲେ । ତିବ୍ଦତରେ ଲାମା ସଂପ୍ରଦାୟ ସୃଷ୍ଟି କରିବା ସହ ସମଗ୍ର ଏସିଆରେ ଶାନ୍ତି ସହାବସ୍ଥାନର ମାର୍ଗ ପ୍ରଦର୍ଶନ କରିଥିଲେ । ତାଙ୍କ ଜନ୍ମସ୍ଥାନକୁ ଏକ ବିଶ୍ୱ ସ୍ତରୀୟ ପର୍ଯ୍ୟଟନ ସ୍ଥଳରେ ପରିବାର୍ତ୍ତନ କରିବା ସହ କରୁଣା ଓ ମୈତ୍ରୀର ବାଣୀ ସମଗ୍ର ସମାଜରେ ପହଂଚାଇବାର ବ୍ୟବସ୍ଥା କରିବା ପାଇଁ ମତବ୍ୟକ୍ତ କରିଥିଲେ । ପ୍ରଫେସର ତରୁଣ କୁମାର ମିଶ୍ର, ପର୍ଶୁରାମ ନାୟକ, ଡ. ଭବାନୀ ଶଙ୍କର ପଟେଲ, ମନୋରଂଜନ ସାହୁ, ରତ୍ନମୟ ତ୍ରିପାଠୀ, ପୁରୁଷୋତ୍ତମ ପଣ୍ଡା, ରାଜଶ୍ରୀ ତ୍ରିପାଠୀ, କୃଷ୍ଣଚନ୍ଦ୍ର ମହାକୁର, ଗରୁଡଧ୍ୱଜ ସାଏ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ନିହାରିକା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।