jsm

କୁମାରୀ ପ୍ରମିଳା ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲାର ଜଣେ ସମ୍ମାନସ୍ପଦ ବ୍ୟକ୍ତିତ୍ଵ ସୁଶ୍ରୀ ପ୍ରମିଳା ନାୟକଙ୍କ ବିୟୋଗରେ ସୁନ୍ଦରଗଡ଼ ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ୧୯୪୨ରେ ଜନ୍ମିତ ପ୍ରମିଳା ଜିଲ୍ଲାର ଗରିବ, ଅସହାୟ, ନିରାଶ୍ରୟ ଲୋକଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ତଥା ତ୍ୟାଗ, ସଂଘର୍ଷ ଓ ସେବାର ସମନ୍ୱୟର ପ୍ରତୀକ ଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ । ସୂଚନାଯୋଗ୍ୟ ଯେ, ୫୦ ଦଶକରେ ତୁଡାଲଗା ଗ୍ରାମରେ ପ୍ରଥମ ଶିକ୍ଷୟିତ୍ରୀ,୧୯୬୨ରେ ଗ୍ରାମ ସେବିକା, ୧୯୬୬ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଠାରୁ ପୁରସ୍କୃତ ଓ ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ସ୍ୱତନ୍ତ୍ର ସମ୍ମାନିତ,୧୯୯୭-୯୮ରେ ବେଦବ୍ୟାସ ଆଶ୍ରମର ପ୍ରତିଷ୍ଠାତା ବ୍ରହ୍ମାନନ୍ଦ ସରସ୍ଵତୀଙ୍କୁ ସାହାଯ୍ୟ, ସବଡେଗା ବ୍ଲକରେ ଅଙ୍ଗନବାଡି ପ୍ରତିଷ୍ଠା, ବିବାହ ନ କରି ଆଜୀବନ ସେବାର ଲକ୍ଷ୍ୟ, ୧୯୮୮ରେ ସତ୍ୟସାଇଙ୍କ ଆଶ୍ରିତ ଓ ୨୦୨୬ ରେ ମହାପ୍ରୟାଣ। ନିଜର ସେବା, ବ୍ୟବହାର ପାଇଁ ସେ ସମସ୍ତଙ୍କର ନାନି / ଅପା ବା ବଡ଼ ଭଉଣୀ ପାଲଟି ଯାଇଥିଲେ । ତାଙ୍କର ବିୟୋଗରେ ତୁଡାଲଗା ଗ୍ରାମରେ ଏକ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତି ତାଙ୍କ ପ୍ରତି ଜନସାଧାରଣଙ୍କ ଭଲପାଇବା ପ୍ରମାଣିତ କରିଥିଲା । ଅଶୋକ ରାଜଙ୍କ ସଂଯୋଜନାରେ ଆୟୋଜିତ ସ୍ମୃତିସଭା ଓ ସର୍ବୋପରି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ପ୍ରାକ୍ତନ ବିଧାୟକ ଡ. ପ୍ରଫୁଲ୍ଲ ମାଝୀ, ରଣଜିତ୍ ଭିତିରିଆ, ସମାଜସେବୀ ପି. ପି. ରାୟ, ଡଃ. ସୁପ୍ରିୟା ପାଲ, ହରିହର ରାଉତରାୟ, ବଡ଼ଗାଁ ଜିଲ୍ଲା ପରିଷଦ ଅମୀୟ ପ୍ରଧାନ, ରଞ୍ଜନ ପଟେଲ, ଚୈତନ୍ୟ ମହାନ୍ତି, ସାମ୍ବାଦିକ କୁଞ୍ଜବିହାରୀ ରାଉତ, ରାଜକିଶୋର ଷଡ଼ଙ୍ଗୀ, ପଦ୍ମନାଭ ସାମଲ, ଗିରିଶ ମହାପାତ୍ର, ଗଦାଧର ନନ୍ଦ, ଧୁଳେଶ୍ୱର ସାହୁ, ସୁଶାନ୍ତ ଚୌଧୁରୀ, ପିଙ୍କୁ ଜୟସ୍ୱାଲ ପ୍ରମୁଖ ବକ୍ତବ୍ୟ ରଖି ନାନିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରିବାର ତରଫରୁ ପ୍ରାକ୍ତନ ବଡ଼ଗାଁ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ନାୟକ, ଡ. ଅରୁଣ ନାୟକ,ସମର୍ପିତା ରାଉତ, ଆସ୍ଥା ନାୟକ, ଅଂଶ ନାୟକ, ପଙ୍କଜ ନାୟକ, ସୁଶାନ୍ତ ରାଉତ, ସୌରଭ ପଣ୍ଡାଙ୍କ ସମେତ ଜିଲ୍ଲାର ସମସ୍ତ ଆଇଟିଆଇ କର୍ମକର୍ତ୍ତା, ବଡ଼ଗାଁ ନର୍ସିଂ କଲେଜ, ଲାୟନ୍ସ କ୍ଲବ୍, ସତ୍ୟସାଇ ଟ୍ରଷ୍ଟଙ୍କ ସମେତ ବହୁ ଅନୁଷ୍ଠାନ ଓ ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ଏହି ଅବସରରେ ଏକ ସ୍ମରଣିକା ଓ ରାଉରକେଲାର ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ତରଫରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ନାନିଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟସଭା ସାଂସଦ ଦିଲୀପ ରାୟ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ରାଜଗାଙ୍ଗପୁର ବିଧାୟକ ଡା. ସି ଏସ ରାଜନ ଏକ୍କା, ପ୍ରାକ୍ତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ୍, ପ୍ରାକ୍ତନ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ମନୋରଞ୍ଜନ ଦାଶ, ଲାୟନ ମମତା ଗୌତମ, ଡ. କାଳୀ ପ୍ରସାଦ ମିଶ୍ର, ଇଂ ମିଲନ ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ଡ. ନିବେଦିତା ରାଉତ, ଲିଙ୍ଗରାଜ ରଥ ପ୍ରମୁଖ ଶୋକ ପ୍ରକାଶ ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

yuvodaya
Leave A Reply

Your email address will not be published.