
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବର କିଛି ଦିନ ତଳେ ପ୍ରତିଷ୍ଠାନ ଦିବସ ତଥା ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ତେବେ ବର୍ଷ ୨୦୨୫/୨୬ରେ କ୍ଲବ ପାଇଁ ବିଭିନ୍ନ କାର୍ଯ୍ୟ କରିଥିବା ତଥା ବିଭିନ୍ନ ପ୍ରୋଜେକ୍ଟ ହାତକୁ ନେଇ ଭଲ କାମ କରିଥିବା ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ପୂର୍ବତନ ସଭାପତି ଲାୟନ ସଞ୍ଜୟ ସୋନିଙ୍କ ଅଧ୍ୟକ୍ଷତାରେ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ମହାବୀର ପଞ୍ଚାୟତୀ ଧର୍ମଶାଳା ଠାରେ ପୁରଷ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ ଡିଷ୍ଟ୍ରିକ୍ଟ ୩୨୨ ସି ୨ର ପୂର୍ବତନ ଡି. ଜି ମମତା ଗୌତମ, ସମ୍ମାନିତ ଅତିଥି ଭାବେ ପୂର୍ବତନ କ୍ୟାବିନେଟ ସମ୍ପାଦକ ଶ୍ରୀମତୀ ରାଧିକା ଗୌତମ, ପି. ଡି. ଜି. ଯମୁନା ପ୍ରସାଦ ଗୋଏଲ, ଜୋନ ଚେୟାରପର୍ସନ ଲାୟନ ସନ୍ତୋଷ ମହାନ୍ତି, ରିଜିଅନାଲ ଚେୟାରପର୍ସନ ଲାୟନ ଗଙ୍ଗାଧର ଶର୍ମା, କ୍ୟାବିନେଟ୍ ମେମ୍ବର ଲାୟନ ବିନ୍ଦୁ ସାହୁ, ଲିଙ୍ଗରାଜ ସାହୁ, ଅଜିତ ପାତ୍ର, ଲିଓ ଡିଷ୍ଟ୍ରିକ୍ଟ ପ୍ରେସିଡେଣ୍ଟ ଲିଓ ଲାୟନ ଅଙ୍କିତ ଗୁପ୍ତା ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ ଅତିଥୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦେବା ପରେ ସଭାକାର୍ୟ୍ୟ ଆରମ୍ଭ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ଲାୟନ ଉମେଶ କନୋଡ଼ିଆ । ଏହି ଅବସରରେ ଛାତ୍ରୀମାନଙ୍କୁ ଚାରୋଟି ସାଇକେଲ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ କ୍ଲବର ଚାର୍ଟର ମେମ୍ବର ଈଶ୍ୱର ଚାନ୍ଦ ଜୈନ, କ୍ଲବର ବରିଷ୍ଠ ସଦସ୍ୟ ରତ୍ନାକର ସାହୁ, ମିନାକ୍ଷୀ ସାହୁ, ଶମ୍ଭୁ ପ୍ରସାଦ ଗୋଏଲ, ରାକେଶ ଜୈନ, ଶ୍ରୀକାନ୍ତ ଅଗ୍ରୱାଲ, ସଜ୍ଜନ କମାନି, ଦୀପକ ପୃଷ୍ଟି ଉପସ୍ଥିତ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅସୀମ କୁଣ୍ଡୁ, ଅଙ୍କିତ ଲାଠ, ପ୍ରଭାତ ଗୋଏଲ, ଶ୍ୟାମ ପ୍ରସାଦ ଗୋଏଲ, ଶୈଳେଶ ଗୋଏଲ, ସୁଜିତ ଚୌଧୁରୀ, ଉମେଶ ଅଗ୍ରୱାଲ, ଉମେଶ ଶର୍ମା, ଚଳିତ ବର୍ଷର କ୍ଲବ୍ ସମ୍ପାଦକ ଆବାସ ଖାଁ, କ୍ଲବ୍ କୋଷାଧ୍ୟକ୍ଷ ଶ୍ରୀରାମ ଅଗ୍ରୱାଲଙ୍କ ସମେତ କ୍ଲବର ପୁରୁଷ ଓ ମହିଳା ସଦସ୍ୟା ଶ୍ରୀମତୀ ଜୁଲି ସାହୁ, ସୀମା ଗୋଏଲ, ସ୍ୱାତୀ ଗୋଏଲ, ମୁଷ୍କାନ ଗୋଏଲ, ଗୀତାଞ୍ଜଳି ମହାରଣା, ବବିତା ଶର୍ମା, ଶିଳ୍ପ।ଞ୍ଜଳି ନାମଦେବ ପ୍ରମୁଖ ଉପସ୍ଥିତ ଥିଲେ । ବର୍ଷ ତମାମ କ୍ଲବର ବିଭିନ୍ନ ସାମାଜିକ କାର୍ଯ୍ୟ ପାଇଁ ସେବା ପ୍ରଦାନ କରିଥିବା ସଦସ୍ୟଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଲିଓ କ୍ଲବ ସଭାପତି ପ୍ରତ୍ୟୁଷ ସାହୁ ମଧ୍ୟ ତାଙ୍କର ସଭାପତିତ୍ଵ ସମୟରେ ସାହାଯ୍ୟ ସହଯୋଗ କରିଥିବା ସଦସ୍ୟମାନଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ଏହି ଅବସରରେ ସାମାଜିକ କାର୍ଯ୍ୟର ଖବର ପ୍ରସାରଣ କରିଥିବା ସମସ୍ତ ସାମ୍ବାଦିକଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସଭାକୁ ପରିଚାଳନା କରିବାରେ ଲାୟନ ପଙ୍କଜ ନାମଦେବ, ବିନୟ କୁମାର ଜୈନ, ଲିଓ ଶୁଭଦୀପ ସାମନ୍ତ, ରୋଶନ ଖମାରୀ, ସୁଶୀଲ ଗୋୟଲ, ନିଶାନ୍ତ ଅଗ୍ରୱାଲ, ଶଙ୍କର ପ୍ରଧାନ, ରିହାନ ଖାଁ, ସାହିଲ ମେମନ ଓ କ୍ଲବର ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।

