jsm

କିସ୍ କଳାହାଣ୍ଡିରେ ୭୭ତମ ବନ ମହୋତ୍ସବ ପାଳିତ

csstore

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବାଦିଲି ଠାରେ ଥିବା କିସ୍ ଆବାସିକ ବିଦ୍ୟାଳୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଥମେ ବିଦ୍ୟାଳୟର ପରିବେଶକୁ ସବୁଜ ସୁନ୍ଦର କରିବା ଉଦ୍ଦେଶ୍ୟରେ ସମସ୍ତ ଅତିଥିମାନେ ବୃକ୍ଷ ରୋପଣ କରିଥିଲେ ଓ ତାଙ୍କୁ କିସ୍‌ର ଗାଇଡ୍‌ ଛାତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ପରେ ବିଦ୍ୟାଳୟ ପରିସରରେ ଏକ ସଭା କାର୍ଯ୍ୟ ଅୟୋଜନ କରାଯାଇଥିଲା ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ସନ୍ତୋଷ ଯୋଶୀ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ସମ୍ମାନିତ ଅତିଥି ଭାବେ ସୌମ୍ୟ ରଞ୍ଜନ ପ୍ରଧାନ, ସିଡିଓ କଳାହାଣ୍ଡି, କଲାଇବନନ୍ ଆର ଜିଲ୍ଲା ଦକ୍ଷିଣ ବନ ଅଧିକାରୀ ଓ ପ୍ରଭାକର କୁମାର ବ୍ରେମା ଜିଲ୍ଲା ଉତ୍ତର ବନ ଅଧିକାରୀ, ରୂପସିଂହ ରାଉତ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଏବଂ କିସ୍‌ର ଉପ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଷ୍ମନ୍ତ କୁମାର ପଧାନ, ପ୍ରଧାଶିକ୍ଷୟିତ୍ରୀ ସୁନିତା ପଣ୍ଡା, ସମେତ ବିଭିନ୍ନ ବନ ଅଧିକାରୀ ଉପସ୍ଥିତ ରହିଥିଲେ । ଅତିଥୀମାନେ ପରିବେଶ ଓ ଜୀବଜଗତ ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ସମ୍ପର୍କରେ ନିଜ ନିଜ ମତବ୍ୟକ୍ତ କରିଥିଲେ । ପରେ କିସ୍ ଛାତ୍ରୀମାନେ ଗଛ ଉପରେ ଏକ ନୃତ୍ୟ ପରିବେଷଣ କରି ଅତିଥିମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କିସ୍‌ର ଶିକ୍ଷକ କ୍ଷୀରସିନ୍ଧୁ ସାହୁ ସୂଚାରୁ ଭାବରେ ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ । ପରିଶେଷରେ କିସ୍‌ର ଉପ-କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପଧାନ ଧନ୍ୟବାଦ ଅର୍ପଣ କରିଥଲେ ।

yuvodaya
Leave A Reply

Your email address will not be published.