jsm

ରଜାମରା ଗାଁରେ କପା ଚାଷକୁ ନେଇ ଗଣ୍ଡଗୋଳ

csstore

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ରଜାମରା ଗାଁରେ କପା ଚାଷକୁ ନେଇ ଗୋଟିଏ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛନ୍ତି । ସୂଚନା ଅନୁସାରେ ରଜାମରା ଗାଁର ନନ୍ଦି ରଣା ତାଙ୍କ ଜମିରେ କପା ଚାଷ କରିଛନ୍ତି । ତେବେ ତାଙ୍କ ଚାଷକୁ କିଏ ନଷ୍ଟ କରିଥିବା ଦେଖି ନିଲେନ୍ଦ୍ରୀ ରଣା ପାଟିତୁଣ୍ଡ କରିଥିଲେ । ଏହାକୁ ନେଇ ମମତା ରଣା ଓ ନିଲେନ୍ଦ୍ରୀ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଉଭୟ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଯାହାଫଳରେ ଆକ୍ରମଣରେ ସୌଦାମିନି ରଣା, ପୁଅ ସୁବ୍ରତ ରଣା ଆହତ ହୋଇଥିବାବେଳେ ନିଲେନ୍ଦ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଅନ୍ୟପକ୍ଷରେ ମମତାଙ୍କ ବ୍ୟାକରେ ମଧ୍ୟ ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ସମସ୍ତ ଗୁରୁତର ଆହତ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

yuvodaya
Leave A Reply

Your email address will not be published.