jsm

ଟ୍ରେନ୍ ଧକ୍କାରେ ବୃଦ୍ଧ ଓ ଗାଈ ମୃତ

csstore

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳ ଫାଟକ ନିକଟରେ ଗୁରୁବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ସମତା ଏକ୍ସପ୍ରେସ ଟ୍ରେନ୍ ଧକ୍କାରେ ଜଣେ ବୃଦ୍ଧ ଓ ଏକ ଗାଈର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ବୃଦ୍ଧ ଜଣକ କଣ୍ଟାବାଞ୍ଜି ଗାନ୍ଧୀ ନଗର ପଡ଼ାର ଗେପେି ମହାନନ୍ଦ ବୋଲି ଜଣାପଡ଼ିଛି । ସେ ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ହଠାତ୍ ସମତା ଏକ୍ସପ୍ରେସ ସେଠାରେ ପହଞ୍ଚି ତାଙ୍କୁ ଧକ୍କା ଦେଇଥିଲା । ସେହି ସମୟରେ ରେଳ ଧାରଣା ଉପରେ ଥିବା ଏକ ଗାଈକୁ ମଧ୍ୟ ଟ୍ରେନ୍ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବୃଦ୍ଧ ଓ ଗାଈର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଖବର ପାଇ ଆରପିଏଫ୍ ଓ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଚାଲିଛି ।

yuvodaya
Leave A Reply

Your email address will not be published.