jsm

ବ୍ରହ୍ମପୁର କୁଇନ୍ ମିଶନସ୍ ହାଇସ୍କୁଲର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସରକାରୀ କୁଇନ ଅଫ ଦି ମିଶନସ୍ ହାଇସ୍କୁଲର ବିଭିନ୍ନ ଶ୍ରେଣୀର କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରିବା ପାଇଁ ପୁରସ୍କାର ବିତରଣ ଉତ୍ସବ ଗତ ମଙ୍ଗଳବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଲୁମିନି-୧୯୭୭ ସୌଜନ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଦେଇ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଛି । ଯାହାକି ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଏହି ବିଦ୍ୟାଳୟର ପ୍ରଥମ ସ୍ଥାନ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଓ ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ବିଜ୍ଞାନ ଓ ଗଣିତ ବିଷୟରେ ସର୍ବାଧିକ ନମ୍ବର ହାସଲ କରିଥିବା ଛାତ୍ର ଓ ବିଦ୍ୟାଳୟର ବାର୍ଷିକ ପରୀକ୍ଷାରେ ନବମ ଶ୍ରେଣୀ, ଅଷ୍ଟମ ଶ୍ରେଣୀ, ସପ୍ତମ ଶ୍ରେଣୀ, ଷଷ୍ଠ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ନଗଦ ପୁରସ୍କାର ଓ ଟ୍ରଫି ସେମାନଙ୍କ ଅଭିଭାବକଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଛି । ଦୁଇ ନବାଗତ ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ କରାଯାଇଥିଲା । ପୂର୍ବତନ ପ୍ରଧାନ ଶିକ୍ଷକ ହରେକୃଷ୍ଣ ପଣ୍ଡା ଓ ସେବା ନିବୃତ ବରିଷ୍ଠ ଶିକ୍ଷକ କୈଳାସ ଚନ୍ଦ୍ର ସାହୁଙ୍କୁ ଦୁଇ ଗୁରୁଜନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ମାନ ସମାରୋହର ଉଦ୍ଦେଶ୍ୟ ହେଉଛି, ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ କୃତିତ୍ୱକୁ ସ୍ୱୀକୃତି ଦେବା, ସେମାନଙ୍କୁ ଉତ୍ସାହିତ କରିବା ଏବଂ ବିଦ୍ୟାଳୟ ପରିବାରରେ ନୂତନ ଭାବେ ଯୋଗଦେଇଥିବା ପ୍ରାୟ ୧୨୦ ଜଣ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇବା । ଏହି ସମ୍ମାନ ସମାରୋହ ଆଲୁମିନି -୧୯୭୭ର ଆବାହକ ଏମ. ଅକ୍ଷୟ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ, ପରିଚାଳନା କମିଟି ସଭାପତି ଓ ଆଲୁମିନି-୧୯୭୭ର ସମସ୍ତ ଛାତ୍ର ସଂସଦର ସଦସ୍ୟଗଣ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.