jsm

ବଲାଙ୍ଗିରର ସମସ୍ତ ପାର୍କରେ ସିସିଟିଭି ବ୍ୟବସ୍ଥା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ପାର୍କଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ପୌରସଂସ୍ଥା ପକ୍ଷରୁ ସ୍ଥାପିତ ସିସିଟିଭି କ୍ୟାମେରାର ଶୁଭ ଉଦ୍‌ଘାଟନ କରାଯାଇଛି । ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ କରକମଳରେ ସହରର ସମସ୍ତ ପାର୍କରେ ସ୍ଥାପିତ ସିସିଟିଭି କ୍ୟାମେରାର ଉଦ୍‌ଘାଟନ ସମ୍ପନ୍ନ ହୋଇଛି । ଏହି ପଦକ୍ଷେପ ଫଳରେ ପାର୍କକୁ ଆସୁଥିବା ଶିଶୁ, ମହିଳା, ବୟସ୍କ ଓ ସାଧାରଣ ନାଗରିକଙ୍କ ସୁରକ୍ଷା ଅଧିକ ସୁନିଶ୍ଚିତ ହେବ । ସେହିପରି ସାର୍ବଜନୀନ ସମ୍ପତ୍ତିର ସୁରକ୍ଷା, ପାର୍କଗୁଡ଼ିକର ନିୟମିତ ତଦାରଖ ଓ ସୂଚାରୁ ପରିଚାଳନାରେ ମଧ୍ୟ ଏହି ସିସିଟିଭି ବ୍ୟବସ୍ଥା ସହାୟକ ହେବ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପୌରସଂସ୍ଥାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, କାଉନସିଲର ବୃନ୍ଦ ଏବଂ ପୌରସଂସ୍ଥାର କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

yuvodaya
Leave A Reply

Your email address will not be published.