jsm

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ସମସ୍ୟା ଭୋଗୁଛନ୍ତି ଗରିବ ପରିବାର

csstore

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତ ବୋରୋବାହାଲ ଗାଁରେ ଲଗାଣ ବର୍ଷାରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ସେମାନେ ବାର ଦୁଆର ହେଉଥିବା ଦେଖିବାକୁ ମିଳିଛି । ବୋରୋବାହାଲ ଗାଁର କୁଶଧ୍ୱଜ ପୁଟେଲଙ୍କ ଘର ଭାଙ୍ଗି ଯାଇଥିବା ବେଳେ ପରିବାର ଲୋକେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି । ଘର ସଜାଡ଼ିବା ପାଇଁ ମଧ୍ୟ ନିଜର ସକ୍ଷମ ନାହାନ୍ତି । ବିଭିନ୍ନ ସମୟରେ ପକ୍କାଘର ପାଇବା ପାଇଁ ପଞ୍ଚାୟତ ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଠାରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି । ଘରେ ତାଙ୍କ ସ୍ତ୍ରୀ କୁନ୍ତୀ ପୁଟେଲ, ପଲ୍ଲବୀ ପୁଟେଲ, କେତକୀ ପୁଟେଲ, ଡମ୍ବରୁଧର ପୁଟେଲ, ପ୍ରତିମା ପୁଟେଲ ଏହି ପୁଅ ଝିଅଙ୍କୁ ନେଇ ଏହି ଗରିବ ପରିବାର । ଘର ଭାଙ୍ଗିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ । ଏନେଇ ବଙ୍ଗୋମୁଣ୍ଡା ବିଡ଼ିଓ ନିତୁଶ୍ରୀ ମେହେରଙ୍କୁ ଯୋଗାଯୋଗ କରିବାରୁ, ତଦନ୍ତ କରି ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତୁରନ୍ତ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

yuvodaya
Leave A Reply

Your email address will not be published.