jayashree

ଜୁନାଗଡ଼ରେ ବନ ମହୋତ୍ସବ ଅନୁଷ୍ଠିତ

ଜୁନାଗଡ଼, (କେପିଏନ୍‌ଏସ୍‌) : ଜୁନାଗଡ଼ ସ୍ଥିତ ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳନର ସପ୍ତମ ଦିବସରେ ପ୍ରଧାନଶିକ୍ଷକ ନେପାଳ ଚନ୍ଦ୍ର ବାଗଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମସାଗର ମହାନନ୍ଦ ମୁଖ୍ୟଅତିଥି ରୂପେ ଯୋଗଦେଇ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିବାବେଳେ ଡିଏଭି ମହାବିଦ୍ୟାଳୟ ଟିଟିଲାଗଡ଼ର ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଶିଷ୍ଟ ଶିକ୍ଷାବିତ ତଥା ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା କଟକର ପ୍ରମୁଖ ସଦସ୍ୟ ଡ. ଶିବ ପ୍ରସାଦ ବେହେରା ମୁଖ୍ୟବକ୍ତା ରୂପେ ଯୋଗଦେଇ ବର୍ତ୍ତମାନ ପରିପ୍ରେକ୍ଷୀରେ ବୃକ୍ଷ ବିନା ଜୀବନ ଅସମ୍ଭବ ଓ ବୃକ୍ଷ ରୋପଣ ନିହାତି ଜରୁରୀ ବୋଲି ଉଦ୍‌ବୋଧନ ଦେଇଥିଲେ । ପରେ ବିଦ୍ୟାଳୟର ପରିବେଶ କ୍ଲବ ଦାୟିତ୍ୱରେ ଥିବା ଶିକ୍ଷକ ଯଶୋବନ୍ତ ମାଝି ଓ ସରିତା ମୁଣ୍ଡଙ୍କ ତତ୍ୱାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସଭାକୁ ବରିଷ୍ଠ ଶିକ୍ଷକ ବିଭୁ ଭୂଷଣ ପଣ୍ଡା ସଂଯୋଜନା କରିଥିବାବେଳେ ଶିକ୍ଷକ ସଂଜୀବ କୁମାର ପଣ୍ଡା ସ୍ୱାଗତ କରିଥିଲେ ଓ ଚୁମନ ଦାସ ନାଏକ ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.