jsm

ବେଥାନୀ କନଭେଣ୍ଟ୍ ସ୍କୁଲରେ ବନ ମହୋତ୍ସବ ସପ୍ତାହ ପାଳନ

csstore

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ବେଥାନୀ କନଭେଣ୍ଟ ସ୍କୁଲରେ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଚେତନତା ସଭାରେ ସ୍କୁଲ ପ୍ରିନ୍‌ସିପାଲ ସିଷ୍ଟର ବୀନା ଜନ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବୃକ୍ଷ ରୋପଣ ଉପରେ ବକ୍ତବ୍ୟ ରଖିଥିଲେ । ସ୍କୁଲ ପରିସରରେ ସମସ୍ତ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବା ସହିତ ନିଜ ନିଜ ଘରେ ମଧ୍ୟ ଗଛ ଲଗାଇବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ସ୍କୁଲ ପରିସର ଓ ସ୍କୁଲ ବାହାରେ ବିଭିନ୍ନ ଛାଇ ପ୍ରଦାନ କରୁଥିବା ଗଛ ସହିତ ଫଳ ଗଛ ଲଗାଯାଇଥିଲା । ଏହାସହ ଗଛ ଲଗାଇ ତାର ଆବଶ୍ୟକ ଯତ୍ନ ନେବାକୁ ମଧ୍ୟ ସିଷ୍ଟର ବୀଣା କହିଥିଲେ । ଏହି କାର୍ଯ୍ୟକ୍ରମକୁ ସିଷ୍ଟର ନବୀନ, ସିଷ୍ଟର ସୁରେଖା, ଶିକ୍ଷକ ଦିବ୍ୟ ରଞ୍ଜନ ନାଗ, ପ୍ରଶାନ୍ତ କହ୍ନେର ଶିକ୍ଷୟିତ୍ରୀ ସୁମନ ବାଗ ସମେତ ସମସ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.