jsm

ମୃତକଙ୍କ ପରିବାରକୁ ଭେଟିଲା ପୁଇଁତଲା ବ୍ଲକ କଂଗ୍ରେସ କମିଟି

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୫ ତାରିଖରେ ହୋଇଥିବା ଲଗାଣ ବର୍ଷାରେ ପଥର୍ଲା ପଂଚାୟତର ଲୁହରେନପାଲି ଗ୍ରାମର ଗଣ୍ଡାରାମ କୁମ୍ଭାରଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ସ୍ତ୍ରୀ ଲକ୍ଷ୍ମୀ କୁମ୍ଭାର ଅଳ୍ପକେ ବଞ୍ଚି ଯାଇଥିଲେ । ଆଜି ପୁଇଁତଲା ବ୍ଲକ କଂଗ୍ରେସ କମିଟିର ସଦସ୍ୟମାନେ ମୃତକଙ୍କ ପରିବାରକୁ ଭେଟି ଆର୍ଥିକ ସହାୟତା ଦେବା ସହ ସମବେଦନା ଜ୍ଞାପନ କରିଛନ୍ତି । କମିଟି ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେବା ପାଇଁ ଦାବି କରିଛି । ବ୍ଲକ କଂଗ୍ରେସ ତରଫରୁ ସଭାପତି ନରେଶ ବାଗ, ବରିଷ୍ଠ କଂଗ୍ରେସ ସଦସ୍ୟ ବଜରଂଗୀ ଅମାତ, ଗୋକୁଳ କୁଅଁର ଏବଂ ସ୍ୱେଚ୍ଛାସେବୀ ସରୋଜ କୁମାର ମେଶ୍ୱା ମୃତକଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଥିଲେ ।

yuvodaya
Leave A Reply

Your email address will not be published.