jsm

ଅଖିଳ ଭାରତୀୟ ଅଘରିଆ ସମାଜ, ଓଡିଶା ପ୍ରଦେଶର ଏକ ପ୍ରତିନିଧି ସଭା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ଦିନ ଅଖିଳ ଭାରତୀୟ ଅଘରିଆ ସମାଜ, ଓଡିଶା ପ୍ରଦେଶର ଏକ ପ୍ରତିନିଧି ସଭା, ରାଜ୍ୟ ସଭାପତି ଦୀନବନ୍ଧୁ ନାଏକଙ୍କ ସଭାପତିତ୍ୱରେ ଗାଙ୍ଗପୁର ଅଞ୍ଚଳ ଅର୍ନ୍ତଗତ ସଦର ମଣ୍ଡଳର ଦିଉଲି ଗୁଡିର ଭଷ୍ମାସ୍ଥିତ ଅଘରିଆ ଭବନରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ନବ ନିର୍ବାଚିତ ରାଜ୍ୟ ସଭାପତି ରୂପେ ଯଶୋବନ୍ତ ନାଏକଙ୍କୁ ଶପଥ ପାଠ କରାଇ ପୂର୍ବତନ ସଭାପତିଙ୍କ ଠାରୁ ସମସ୍ତ କାର୍ଯ୍ୟଭାର ହସ୍ତାନ୍ତର କରାଯାଇଥିଲା । ସଭାରେ ଅନ୍ୟାନ୍ୟ ପଦାଧିକାରୀ ଭାବେ ବଲାଙ୍ଗିରର ନୀଳମଣି ପଟେଲ, ରାଜ୍ୟ ସଂଗଠନ ସଂପାଦକ, ସୁରେଶ କୁମାର ପଟେଲ, ରାଜ୍ୟ ସାଧାରଣ ସଂପାଦକ, ସନାତନ ନାଏକ, ରାଜ୍ୟ ସଂପାଦକ, ପ୍ରଦୀପ କୁମାର ପଟେଲ, (କଳାହାଣ୍ଡି) ସହସଂପାଦକ, ରାଜ୍ୟ ନିର୍ବାଚନ ଅଧ୍ୟକ୍ଷ ରୂପେ ଦିଲ୍ଲୀପ କୁମାର ପଟେଲ, ରାଜ୍ୟ ନିର୍ବାଚନ ଉପାଧ୍ୟକ୍ଷ ନୀଳମଣି ପଟେଲ (ବଲାଙ୍ଗିର), ଡ଼. ବିହାରୀଲାଲ ପଟେଲ (ବାମଣ୍ଡା ଅଞ୍ଚଳ) ସର୍ବ ସମ୍ମତିକ୍ରମେ ନିର୍ବାଚିତ ହୋଇ ଶପଥ ଗ୍ରହଣ କରିଥିଲେ । ସମାଜର ନୂତନ ସମ୍ବିଧାନ ପୁସ୍ତକ ଓ ଜୀବେଶ୍ୱର ପଟେଲଙ୍କ ୩ଟି ବିଭିନ୍ନ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହି ପ୍ରତିନିଧି ସଭାରେ ଓଡିଶା ଦେଶର ବିଭିନ୍ନ ଅଞ୍ଚଳରୁ ସମସ୍ତ ଆଞ୍ଚଳିକ ସଭାପତି, ମଣ୍ଡଳ ସଭାପତି ଏବଂ ଗୁଡ଼ି ସଭାପତି ସମୂହଙ୍କ ସାଙ୍ଗରେ ଅଘରିଆ ସମାଜର ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ । ବଲାଙ୍ଗିର ଆଞ୍ଚଳିକ କମିଟିର ସଭାପତି ଶୁଭ୍ରାଂଶୁ ଶେଖର ପଟେଲ, କଳାହାଣ୍ଡି ଆଞ୍ଚଳିକ କମିଟିର ସଭାପତି ସୁଜନ ଅଘରିଆ, ଲଇଡା ତଥା ଝାରସୁଗୁଡ଼ା ଅଞ୍ଚଳର ସଭାପତି ବିନୟ କୁମାର ଚୌଧୁରୀ, ବାମଣ୍ଡା ଆଞ୍ଚଳିକ କମିଟିର ସଭାପତି ଭବାନୀ ଶଙ୍କର ନାଏକ, ଗାଙ୍ଗପୁର ଅଞ୍ଚଳର ସଭାପତି ଯଶୋବନ୍ତ ନାଏକ, ଉପସଭାପତି ଆରତି ପଟେଲ, ରାଜ୍ୟ ଉପସଭାପତି ଗାଙ୍ଗପୁର ଆଞ୍ଚଳିକ ସଂପାଦକ ଦେବେନ୍ଦ୍ର କୁମାର ପଟେଲ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ । ଗାଙ୍ଗପୁର ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଏବଂ ସମାଜସେବୀ ରଞ୍ଜନ ପଟେଲ, ସୁନୀଲ ନାଏକ, ସନ୍ତୋଷ ନାଏକ, ମଳୟ ଚୌଧୁରି, ରାଜ୍ୟ ଉପସଭାପତି ରୂପେଶ ପଟେଲ, ରାଜ୍ୟ କୋଷାଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ନାଏକ, ରାଜ୍ୟ ଉପସଭାପତି ସ୍ନେହଲତା ପଟେଲ, ରାଜ୍ୟ ସଂଗଠନ ସଂପାଦକ ସୁବାଷ ନାଏକଙ୍କ ସମେତ ସୁନ୍ଦରଗଡ଼ ଅଞ୍ଚଳରୁ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ । ସଭାରେ ରାଜ୍ୟର ସମସ୍ତ ପଦାଧିକାରୀ, ଆଞ୍ଚଳିକ ସମସ୍ତ ସଭାପତି ଓ କମକର୍ତ୍ତା, ସମସ୍ତ ଅଞ୍ଚଳର ମଣ୍ଡଳ ଓ ଗୁଡିର ସଭାପତି ବୃନ୍ଦ ଉପସ୍ଥିତ ଥିଲେ । ସୁରେଶ କୁମାର ପଟେଲ ମଞ୍ଚ ପରିଚାଳନା କରିଥିଲେ ଏବଂ ଶେଷର ପ୍ରଦୀପ କୁମାର ନାଏକ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାପତିଙ୍କ ନିର୍ଦ୍ଦେଶରେ ସଭାଭଙ୍ଗ କରାଯାଇଥିଲା ।

yuvodaya
Leave A Reply

Your email address will not be published.