csstore

ରାଜବୋଡ଼ାସମ୍ବର ବ୍ଲକରେ ସାମାଜିକ ଅଧିକାରିତା ଶିବିର

  • ୧୧୩ ଜଣ ହିତାଧିକାରୀଙ୍କୁ ୧୧ ଲକ୍ଷ ୩୮ ହଜାର ଟଙ୍କାର ସହାୟତା ଉପକରଣ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ରାଜ ବୋଡ଼ାସମ୍ବର ବ୍ଲକ କାର୍ଯ୍ୟାଳୟ ପରିସରରେ ଆଲିମକୋ ଓ ବ୍ଲକ ପ୍ରଶାସନର ମିଳିତ ସହଯୋଗରେ ଏକ ମେଗା ‘ସାମାଜିକ ଅଧିକାରିତା ଶିବିର’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ର ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ଦିବ୍ୟାଙ୍ଗ ଓ ଜ୍ୟେଷ୍ଠ ନାଗରିକମାନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଜନନେତା ପ୍ରୀତମ ମେହେର ଏବଂ ରାଜବୋଡ଼ାସମ୍ବର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଡ଼ିଓ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ କେନ୍ଦ୍ର ସରକାରଙ୍କ ପ୍ରସିଦ୍ଧ ‘ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା’ ଏବଂ ‘ଏଡିଆଇପି’ ସ୍କିମ୍ ଅଧୀନରେ ବ୍ଲକର ମୋଟ ୧୧୩ ଜଣ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ସର୍ବମୋଟ୍ ୧୧,୩୮,୦୦୦ ଟଙ୍କା ମୂଲ୍ୟର ବିଭିନ୍ନ ସହାୟକ ସାମଗ୍ରୀ ଓ ଆଧୁନିକ ଜୀବନ ରକ୍ଷାକାରୀ ଉପକରଣ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ରାଜବୋଡ଼ାସମ୍ବର ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ ଟିମ୍ ଏବଂ ଆଲିମକୋରୁ ଆସିଥିବା ଏକ ବୈଷୟିକ ଦଳ ମିଳିତ ଭାବେ ସମସ୍ତ ବ୍ଲକ କର୍ମଚାରୀଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିଥିଲେ । ଏହି ଅବସରରେ ସାଂସଦ ଶ୍ରୀ ପୁରୋହିତ ମଞ୍ଚାସୀନ ହୋଇ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କ ସହ ସିଧାସଳଖ ଆଲୋଚନା କରି ସମସ୍ୟା ବୁଝିଥିଲେ । ଶିବିରରେ ସାଂସଦ ଓ ଅତିଥିମାନେ ନିଜ ହାତରେ ଦିବ୍ୟାଙ୍ଗ ହିତାଧିକାରୀମାନଙ୍କୁ ହୁଇଲ୍ ଚେୟାର, ମୋଟର ଚାଳିତ ଟ୍ରାଇସାଇକେଲ, ଶ୍ରବଣ ଯନ୍ତ୍ର ଏବଂ ଅନ୍ୟାନ୍ୟ ସହାୟକ ସାମଗ୍ରୀ ବଣ୍ଟନ କରିଥିଲେ । ଏପରିକି ସାଂସଦ ଶ୍ରୀ ପୁରୋହିତ ଜଣେ ଦିବ୍ୟାଙ୍ଗ ଭାଇଙ୍କୁ ମୋଟର ଚାଳିତ ଟ୍ରାଇସାଇକେଲ ପ୍ରଦାନ କରିବା ସହ ନିଜେ ସୁରକ୍ଷା ହେଲମେଟ୍ ପିନ୍ଧାଇ ତାଙ୍କୁ ଉତ୍ସାହିତ କରିଥିଲେ ।

jayashree
Leave A Reply

Your email address will not be published.