
ବଲାଙ୍ଗିର, (କେପିଏନ୍ଏସ୍) : ଚଳିତ ବର୍ଷ ମେ ଓ ଜୁନ ମାସର ବକେୟା ଦରମା ପ୍ରଦାନ କରିବା, ୧ ଜୁଲାଇ ୨୦୨୬ରୁ ଆମ୍ଭର ସେବାକୁ ଆଉଟସୋର୍ସିଂ ସଂସ୍ଥା ମାଧ୍ୟମରେ ନବୀକରଣ କରିବା, ଆଉଟସୋର୍ସିଂ କର୍ମଚାରୀ ଓ ବିଶ୍ୱବିଦ୍ୟାଳୟ ଦ୍ୱାରା ନିଯୁକ୍ତ ହଷ୍ଟେଲଗୁଡିକର କର୍ମଚାରୀଙ୍କୁ ଛଟେଇ ନ କରି ପୂର୍ବବତ କାର୍ଯ୍ୟରେ ଅବସ୍ଥାପିତ କରିବା ଆଦି ଦାବିରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଭି.ସି ଅଫିସ ସମ୍ମୁଖରେ ଆଉଟସୋର୍ସିଂ କର୍ମଚାରୀଙ୍କ ପକ୍ଷରୁ ଧାରଣା ଦିଆଯାଇଛି । ଏହି ଧାରଣାକୁ ସମର୍ଥନ ଜଣେଇ ଏଆଇଡ଼ିଏସ୍ଓ ରାଜ୍ୟ ଉପସଭାପତି ସୁନୀଲ ଭୋଇ, ଜିଲ୍ଲା ସଭାପତି ମଧୁସୂଦନ ବାଗ, ଜିଲ୍ଲା ସମ୍ପାଦିକା ଗୌରୀ ରାଉତ, ସାମିଲ ହୋଇଥିଲେ । କର୍ମଚାରୀଙ୍କ ନ୍ୟାୟସଙ୍ଗତ ଦାବିକୁ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ମାନିନେବା ସହ ତାଙ୍କର ସ୍ଥାୟୀତ୍ୱ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଏଆଇଡ଼ିଏସ୍ଓ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଦାବି କରାଯାଇଛି ।
