csstore

ଚେରଙ୍ଗାଝାଞ୍ଜରେ ପ୍ରଧାନ ଶିକ୍ଷକ ଓ ଏଫଏଲଏନ୍ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରଥମ ମାସିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମଗ୍ର ଶିକ୍ଷା, ଓଡ଼ିଶାର ନିର୍ଦ୍ଦେଶନୁସାରେ ଚେରଙ୍ଗାଝାଞ୍ଜ ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନସ୍ଥ ପ୍ରଧାନ ଶିକ୍ଷକ ଓ ଏଫଏଲଏନ୍ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରଥମ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଶନିବାର ଚେରଙ୍ଗାଝାଞ୍ଜ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଉଗ୍ରସେନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଏଫଏଲଏନ୍ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗଦେଇ ଶିକ୍ଷାର ଗୁଣାତ୍ମକ ଉନ୍ନତି ଓ ଶିକ୍ଷଣ-ଶିଖଣ ପ୍ରକ୍ରିୟାର ସୁଦୃଢ଼ୀକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବୈଠକରେ ମାସିକ କ୍ଲଷ୍ଟର ବୈଠକର ଉଦ୍ଦେଶ୍ୟ, ମିଶନ୍ କରିକୁଲମ୍ ମ୍ୟାନେଜମେଣ୍ଟ, ଶ୍ରେଣୀଗୃହରେ ଫଳପ୍ରଦ ଶିକ୍ଷଣ ପଦ୍ଧତି, ଶିକ୍ଷଣ ସାମଗ୍ରୀର ସଠିକ୍ ବ୍ୟବହାର, ଏଫଏଲଏନ୍ କାର୍ଯ୍ୟକ୍ରମର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ, ଶ୍ରେଷ୍ଠ ଅଭ୍ୟାସ, ଅନଲାଇନ୍ ଶିକ୍ଷା ସାମଗ୍ରୀର ସଦ୍‌ବ୍ୟବହାର, ବିଦ୍ୟାଳୟ ସୁରକ୍ଷା, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ସ୍କୁଲ ପରିଚାଳନା କମିଟି ଗଠନ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ମତବିନିମୟ ହୋଇଥିଲା । ଏହି ଅବସରରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଶ୍ରେଣୀଗୃହରେ ଶିଶୁକେନ୍ଦ୍ରିକ ଏବଂ ଆନନ୍ଦଦାୟକ ଶିକ୍ଷଣ ପଦ୍ଧତି ଅବଲମ୍ବନ କରିବା, ନିୟମିତ ମୂଲ୍ୟାଙ୍କନ କରିବା ସହ ଶିକ୍ଷାର୍ଥୀଙ୍କ ଶିକ୍ଷଣ ଫଳାଫଳର ଉନ୍ନତି ଦିଗରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିଲା । ସଂଯୋଜକ ଶ୍ରୀ ପ୍ରଧାନ ବିଭାଗୀୟ ନିର୍ଦ୍ଦେଶାବଳୀର ସଠିକ୍ ପାଳନ କରିବା ସହ ଶିକ୍ଷାର ମାନ ବୃଦ୍ଧି ପାଇଁ ସମସ୍ତେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ । ବୈଠକ ଶେଷରେ ଆଗାମୀ ଦିନରେ ବିଦ୍ୟାଳୟଗୁଡ଼ିକରେ ଶିକ୍ଷଣ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ ଓ ଫଳପ୍ରଦ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିବା ବେଳେ ଶିକ୍ଷକ ମାଧବ ପୁରୋହିତ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.