
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ନିକଟସ୍ଥ ଟେମରୀ ଉଚ୍ଚ ବିଦ୍ୟାଳୟ ଠାରେ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ମିନିକେତନ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଟଙ୍କଧର ପ୍ରଧାନ ଗନ୍ଧମାର୍ଦ୍ଧନ ସୁରୁକ୍ଷା ଯୁବ ପରିଷଦର ଆବାହକ ଦୁର୍ଯ୍ୟୋଧନ ପୁଟା ଟେମରୀ ସରପଞ୍ଚ ଦିଲ୍ଲୀପ ବେହେରା ସାମ୍ବାଦିକ ଗୋପବନ୍ଧୁ ଶିକା ସ୍କୁଲ ପରିଚାଳନା କମିଟିର ସଭାପତି ସୁରେଶ ଚନ୍ଦ୍ର ପୁରୋହିତ କମିଟିର ସଦସ୍ୟ ପିତବାସ ଭୋଇ, ଭେଙ୍କେଟରମଣ ଠାକୁର ଯୋଗଦାନ କରି ମା’ ସରସ୍ଵତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଗଲା । ପ୍ରଧାନ ଶିକ୍ଷକ ଡୋଳାମଣି ଭୋଇ ସଭାପତିତ୍ୱ କରିଥିବା ବେଳେ ପରିଚାଳନାରେ ସହଯୋଗ କରିଥିଲେ ଶିକ୍ଷକ ରଂଜିତ କୁମାର ସା । ଏହି ବନ ମହୋତ୍ସବରେ ସ୍କୁଲ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବକ୍ତାମାନେ ଗଛ, ପାଣି, ପବନ ପରିବେଶ ସଫା ସୁତୁରା, ଗଛ ଲଗାଇବା ପାଣି ସଞ୍ଚୟ କରିବା ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି କହିଥିଲେ ଯେ, ଆଗାମୀ ଏକ ସୁରକ୍ଷିତ ଭବିଷ୍ୟତ ନିର୍ମାଣ ପାଇଁ ବୃକ୍ଷରୋପଣ ସଂରକ୍ଷଣ ଓ ପରିବେଶ ସୁରକ୍ଷାକୁ ଜନ ଆନ୍ଦୋଳନ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ । ବନ ମହୋତ୍ସବ କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଉସତଲାଲ ବେଣ୍ଟକାର, ପ୍ରଦ୍ୟୁମ୍ନ ବରିହା, ତୃପ୍ତିମୟୀ ଧରୁଆ, ସୁମନ୍ତ ଧରୁଆ, ଯାଜ୍ଞସେନୀ ସାହୁ, ମମତା ଭୁଏ, ଶୁଭାଶିନୀ ବାରିକ ସହଯୋଗ କାରିଥିଲେ । ଶେଷରେ ପ୍ରଭାତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
