
ତୁଷୁରା, (କେପିଏନ୍ଏସ୍) : ଚଳିତ ଶିକ୍ଷାବର୍ଷ-୨୦୨୬-୨୭ର ପ୍ରଥମ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ସରକାରୀ ପ୍ରାଥମିକ ବିଦ୍ୟାଳୟ, ନଅଗାଁ, କଲୋନିପଡା ଠାରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରଧ୍ୱଜ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ କ୍ଲଷ୍ଟରର ବରିଷ୍ଠ ଶିକ୍ଷକ ମନୋରଞ୍ଜନ ମାହାଣାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଓ ବୁରୋମାଲ ପ୍ରାଥମିକ ବିଦ୍ୟାଳୟର ନବାଗତ ଶିକ୍ଷକ ସୁଶୀଳ କୁମାର ଭୋଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଗୁଡଭେଲା ବ୍ଲକ୍ ଏବିଇଓ ବିପିନ ବାଗ ଯୋଗଦେଇ “ଶିକ୍ଷକଙ୍କ ସ୍ପର୍ଶରେ ସ୍ୱପ୍ନ ପାଏ ସାର୍ଥକତା” ବୋଲି କହିଥିଲେ । ସିଆର୍ସିସି ଜଗମୋହନ ତ୍ରିପାଠୀ ମୁଖ୍ୟ ସାଧନ କର୍ମୀ ଭାବେ ଯୋଗଦେଇ ଜୁଲାଇ ମାସର ଏଜେଣ୍ଡା ଶୈକ୍ଷିକ କ୍ୟାଲେଣ୍ଡର, ବିଦ୍ୟାଳୟ ସମୟ ନିର୍ଘଣ୍ଟ, ଶିକ୍ଷଣ ଫଳାଫଳ ପୁସ୍ତିକା, ପ୍ରାରମ୍ଭିକ ସ୍ତରର ଆକଳନ ରୂପରେଖ, ଶିକ୍ଷଣ ସୋପାନ ରେଜିଷ୍ଟର, ନୂତନ ବିଦ୍ୟାଳୟ କମିଟି ଗଠନ ତଥା ତୁଷୁରା କ୍ଲଷ୍ଟର ସ୍ତରୀୟ ଶିଖର କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ବିଦାୟୀ ଶିକ୍ଷକ ଶ୍ରୀ ମାହାଣା ଜଣେ ଅତ୍ୟନ୍ତ ସହଯୋଗୀ, ସ୍ପଷ୍ଟବାଦୀ ଓ ଛାତ୍ର ବତ୍ସଳ ଶିକ୍ଷକ ଥିଲେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ୍ ଏକାଉଣ୍ଟଟେଣ୍ଟ ଟୁନା ପ୍ରଧାନ ଓ ଗୋବିନ୍ଦ ବାଗ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ମଞ୍ଚ ସଞ୍ଚାଳନ କରିଥିଲେ । ପ୍ରଧାନ ଶିକ୍ଷକ ଡକ୍ଟର ବାଗ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ କ୍ଲଷ୍ଟରର ପ୍ରଧାନ ଶିକ୍ଷକ ମୋହନ ଭୋଇ, ଦୁତିଆ ସେଠ, ମନ୍ମଥ ରାଜହଂସ, ପ୍ରମୋଦ କୁମାର ନାଏକ ଏବଂ ଏଫ୍ଏଲ୍ଏନ୍ ଶିକ୍ଷକ ପୂର୍ଣ୍ଣ ମେହେର, ସ୍ନେହାଶୀଷ ତ୍ରିପାଠୀ, ବେଣୁଧର ପୂଜାହାରୀ ଏବଂ ଶିକ୍ଷୟିତ୍ରୀ ବିନ୍ଦୁ ମାହାଣା, ଦୁର୍ଗାମଣି ମହାନନ୍ଦ, ସୃଷ୍ଟିମୟୀ କଲେତ, ଲକ୍ଷ୍ମୀପ୍ରିୟା କର୍ମକାର, ତପସ୍ଵିନୀ ରଣା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
