csstore

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଚାକିରୀ ଛଟେଇକୁ ନେଇ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ କାମ କରୁଥିବା ଅସ୍ଥାୟୀ କର୍ମଚାରୀମାନଙ୍କୁ ହଠାତ୍‌ ଚାକିରୀରୁ ଛଟେଇ କରାଯାଇଛି । ଯାହା ଫଳରେ ବାଧ୍ୟ ହୋଇ ଅସ୍ଥାୟୀ କର୍ମଚାରୀ ମାନେ ଆଜି ଭିସିଙ୍କ ଚ୍ୟାମ୍ବେର ସମ୍ମୁଖରେ ଧାରଣାରେ ବସିଛନ୍ତି । ବିଶ୍ୱବିଦ୍ୟାଳୟର ପାଖାପାଖି ୬୧ଜଣ ଅସ୍ଥାୟୀ କର୍ମଚାରୀ ଓ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ କାମକରୁଥିବା ୨୨ ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ହଠାତ୍‌ ଚାକିରୀରୁ ଛଟେଇ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ଧାରଣାରେ ବସିଥିବା ଅସ୍ଥାୟୀ କର୍ମଚାରୀ । ଜଣେ ଜଣେ ଅସ୍ଥାୟୀ କର୍ମଚାରୀ ପାଖାପାଖି ବିଶ୍ୱବିଦ୍ୟାଳୟ ଓ ହଷ୍ଟେଲରେ ୨୦ ୨୫ ବର୍ଷ ହେଲା ସେମାନେ କାମ କରୁଛନ୍ତି । ହେଲେ ହଠାତ୍‌ ସେମାନଙ୍କୁ ଚାକିରୀରୁ ଛଟେଇ କରିବା ବଡ଼ ଦୁର୍ଭାଗ୍ୟ ଜନକ କଥା ଓ ଏବେ ପରିବାର ଚଲାଇବା କଷ୍ଟକର ହୋଇଯିବ ବୋଲି ସେମାନେ କୋହୋଭରା କଣ୍ଠରେ କହିଛନ୍ତି । ଏମିତିକି ଜଣେ ଜଣେ ଅସ୍ଥାୟୀ କର୍ମଚାରୀ ରାଜେନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେବା ବି ଦେଖିଛନ୍ତି, ହେଲେ ଆଜି ହଠାତ୍‌ ସେମାନଙ୍କ ପ୍ରତି ଚରମ ନିଷ୍ପତ୍ତି ନେବା ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କ ମନମୁଖୀ ଚାଲୁଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଏପଟେ ଭିସି ଏମାନେ ଅସ୍ଥାୟୀ କର୍ମଚାରୀ ଠିକ୍‌ କଥା, ପ୍ରଥମତଃ ଏମାନେ ବିଶ୍ୱବିଦ୍ୟାଳୟରେ ଗୋଟିଏ ଏଜେନ୍ସିର ଅଧୀନରେ କାମ କରୁଛନ୍ତି, ଯାହା ସବୁ ବୁଝୁଛି ଏଜେନ୍ସି ବୁଝୁଛି, ଏବେ ଏଜେନ୍ସି ପରିବର୍ତ୍ତନ ଯେତେବେଳେ ହୋଇଛି ସେଥିପାଇଁ ଏମାନଙ୍କ ଛଟେଇ ହୋଇଥିବା ଭିସି କହିଛନ୍ତି ।

jayashree
Leave A Reply

Your email address will not be published.