jayashree

ସହକାରୀ ଶିକ୍ଷକଙ୍କୁ ଭାବ ବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଜଗଦଳପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଗନ୍ଧର୍ବ ସାହୁଙ୍କୁ ବିଦ୍ୟାଳୟ ପରିସରରେ ଭାବ ବିହ୍ୱଳ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମଧୁସୂଦନ ପାହାନ୍ତାସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଇଓ ଲକ୍ଷ୍ମଣ ପ୍ରଧାନ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଶିକ୍ଷକ ରମେଶ ଚନ୍ଦ୍ର ବଳବନ୍ତରାୟ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଇଓ ସଚ୍ଚିଦାନନ୍ଦ ପ୍ରଧାନ, ଯୁଧିଷ୍ଠିର ପରିଡା, ଅର୍ଜ୍ଜୁନ ବେହେରା, ପ୍ରଶାନ୍ତ କୁମାର ଦାଶ, ପବିତ୍ର ମୋହନ ଜେନା, ସୁରେନ୍ଦ୍ର ନାୟକ, ପ୍ରକାଶ ଜେନା, ହରେକୃଷ୍ଣ ପାତ୍ର, ସାବିତ୍ରୀ ଗଡ଼ସାରା ପ୍ରମୁଖ ଯୋଗଦେଇ ଗନ୍ଧର୍ବ ସାହୁଙ୍କ ବିଦ୍ୟାଳୟ ପ୍ରତି ଆନୁଗତ୍ୟ ଓ ପ୍ରତିବଦ୍ଧତା, ଶିକ୍ଷାଦାନ, ବିଦ୍ୟାଳୟର ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ଅବଦାନକୁ ଭୂୟସୀ ପ୍ରଶଂସା କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏସ୍‌ଏମ୍‌ସି ସଦସ୍ୟ, ଅଭିଭାବକ, ଗ୍ରାମବାସୀ, ବୁଦ୍ଧିଜୀବୀ, ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ବିଦାୟୀ ଶିକ୍ଷକ ଗନ୍ଧର୍ବ ସାହୁଙ୍କୁ ଶୋଭାଯାତ୍ରରେ ଗ୍ରାମ ପରିକ୍ରମା କରାଯାଇ ସେବାନିବୃତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ପ୍ରଧାନ ଶିକ୍ଷକ ନାରାୟଣ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.