
ରାଉରକେଲା, (ସସ୍ମିତା ପ୍ରଧାନ) : ବନ ମହୋତ୍ସବ ଅବସରରେ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ପ୍ରୋତ୍ସାହନ ପରିଷଦର ଓଡ଼ିଶା ମଡ୍ୟୁଲ ପକ୍ଷରୁ ସେକ୍ଟର-୧୩ ଜେଟିସିସି କ୍ଲବ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଡିଏଫଓ ରବିକାନ୍ତ ମୀନା ଯୋଗଦେଇଥିଲେ । ଏହି ଅବସରରେ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ପ୍ରୋତ୍ସାହନ ପରିଷଦର ଓଡ଼ିଶା ମଡ୍ୟୁଲର ଅଧ୍ୟକ୍ଷ ଅମିତାଭ ସାମଲଙ୍କ ସହ ଲଭଲିନା ସାମଲ, ଆୟୁଷ ସାମଲ, ଅନିକେତ ସାହୁ, ନୀଳକଣ୍ଠ ଦାସ, ଆଲୋକ ପ୍ରଧାନ ଏବଂ ପିରୁଚରଣ ମୁର୍ମୁ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ ।
