jayashree

ରୋଟାରୀ କ୍ଲବ ଭାଇବ୍ରାଣ୍ଟର ସମୀକ୍ଷା ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ଭାଇବ୍ରାଣ୍ଟର ଚଳିତ ବର୍ଷର ସମୀକ୍ଷା ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଇସ୍ପାତ ମାର୍କେଟ ନିକଟସ୍ଥ ସରୋବର କୋର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାଇବ୍ରାଣ୍ଟର ସଭାପତି ରୋଟାରୀଆନ ଡ. ମୀନତି ପଣ୍ଡାଙ୍କ ଆବାହକତ୍ଵ ଓ ରୋଟାରୀଆନ ପିପି ଗଣେଶ୍ୱର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଜିଇ ଆଲାମ ସିଂ ରୂପ୍ରା, ଫାଷ୍ଟ ଲେଡି ହରପାଲ ରୂପ୍ରା, ପିଡିଜି ରୋଟାରୀଆନ ଫକୀର ଚରଣ ମହାନ୍ତି, ଆରତୀ ମହାନ୍ତି, ଏଜି ରୋଟାରିଆନ ବ୍ରିଜେଶ ଗୁପ୍ତା ଓ ବରଖା ଗୁପ୍ତା, ରୋଟାରୀଆନ ଶ୍ରୀଧର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଅତିଥିମାନେ ଡଃ. ପଣ୍ଡାଙ୍କ ଅମଳରେ ହୋଇଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଉପରେ ସମୀକ୍ଷା ଓ ଆଲୋଚନା କରାଯାଇ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରିଆନ ଇଂ ଅଜିତ ମୋହନ ପୁଜାରୀ ସୁମଧୁର ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସନ୍ତା ବର୍ଷ ପାଇଁ ସଭାପତି ଭାବେ ମନୋନୀତ ହୋଇଥିବା ରୋଟାରୀଆନ ଡ. ସଞ୍ଜୁକ୍ତା ପତି, ସମସ୍ତ ରୋଟାରୀଆନ ଆଇପିପି ପ୍ରଶାନ୍ତ ରଞ୍ଜନ ପାତ୍ର, ଉପସଭାପତି ବସନ୍ତ କୁମାର ତନ୍ତୀ, ବିଜୟ ଲକ୍ଷ୍ମୀ ତ୍ରିପାଠୀ, ନିରୁପମା ପତି, ସବିତା ମହାନ୍ତି, ଅଞ୍ଜଳି ହୋତା, ସୋମା ମହାପାତ୍ର, ଅମିତା ଜୈନ, ଡ. ନିବେଦିତା ରାୟ ପଟ୍ଟନାୟକ, ଡ. ସାଗର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଡ. ପଣ୍ଡା ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.