csstore

ଆମ ପରମ୍ପରାରେ ରଜ ଉତ୍ସବ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାରନଗରୀ ଶାଖା ତରଫରୁ ମାସିକ ସାରସ୍ଵତ ସମାବେଶରେ ଆମ ପରମ୍ପରାରେ ରଜ ଉତ୍ସବ ଆଲୋଚନା ଚକ୍ର ଓ ରଜମଉଜ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ସାରନଗରୀ ସ୍ଥିତ ଚିନ୍ମୟ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଶାଖାର କାର୍ଯ୍ୟକାରୀ ସଭାପତି ତଥା ଏକାଡେମୀର ନିର୍ଦ୍ଦେଶକ ତ୍ରିନାଥ ଦାଶ ମୋହିନୀଙ୍କ ସଭାପତିତ୍ୱ ଓ ସହ ସମ୍ପାଦିକା ଶ୍ୱେତାଲିନା ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ରୁକ୍ମିଣୀ ସାହୁ ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ ବିଷୟ ବିଶେଷଜ୍ଞ ଓ ଶିକ୍ଷାବିତ ବିଜୟ କୁମାର ମିଶ୍ର ଓ ଶ୍ରୀନାଥ ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ଆମ ପରମ୍ପରାରେ ରଜ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ରଜପର୍ବ ଓଡ଼ିଶାର ଏକ ଗଣପର୍ବ ତଥା ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସମସ୍ତେ ମିଳିତ ପ୍ରୟାସ କରିବାକୁ ଆହ୍ୱାନ ଦେଇଥିଲେ । ଏହି ପର୍ବ ଉତ୍କଳୀୟ ଅସ୍ମିତାର ଅନନ୍ୟ ନାମ । ଶାରୀରିକ ଓ ମାନସିକ ବିଶ୍ରାମର ପର୍ବ ରଜ। ପ୍ରକୃତି, ମା’ ମାଟିକୁ ସମ୍ମାନ ଦେବା ଏହି ପର୍ବର ଲକ୍ଷଣ । ମାଟି ସହ ଆକାଶର ମହାମିଳନ ହିଁ ରଜ । ଭାଇଚାରା, ସ୍ନେହ, ବଂଧୁତ୍ୱ, ଭକ୍ତି ଓ ଶକ୍ତିର ପ୍ରତୀକ ହେଉଛି ରଜପର୍ବ ବୋଲି ଅତିଥିମାନେ ମତ ରଖିଥିଲେ । ପ୍ରାରମ୍ଭରେ ଉପସଭାପତି ସୁବାସ ଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସଭାପତି ଶ୍ରୀ ମୋହିନୀ ସଭାପତିତ୍ୱ ଅଭିଭାଷଣ ସହ ଆଲୋଚ୍ୟ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ସହ ସମ୍ପାଦିକା ଶୁଚିସ୍ମିତା ପଣ୍ଡାଙ୍କ ସଂଯୋଜନାରେ ରଜ ମଉଜ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଦେବବ୍ରତ ପଟ୍ଟନାୟକ, ପ୍ରତ୍ୟୁଷା ମିଶ୍ର, ଲକ୍ଷ୍ମୀପ୍ରିୟା ସାହୁ, ଆରତୀ ବେହେରା, ବୀଣାପାଣି ସାହୁ, ପ୍ରଭାତୀ ନାୟକ, ସୌଦାମିନୀ ମହାକୁଳ, ବିଜୟ କୁମାର ମିଶ୍ର, ଶ୍ରୀନାଥ ଚନ୍ଦ୍ର ନାୟକ, ରୁକ୍ମିଣୀ ସାହୁ, କୁଞ୍ଜବିହାରୀ ରାଉତ, ଶ୍ୱେତଲିନା ଶତପଥୀ ଓ ଶୁଚିସ୍ମିତା ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ମନୋଜ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଶାନ୍ତନୁ ମୁଦାଲି, ଆଦିତ୍ୟ କୁମାର ଷଡଙ୍ଗୀ, ପ୍ରତିଭା ଦାଶ ମୋହିନୀ, ଗୀତାଞ୍ଜଳି ମହାରଣା, ସରିତା ସିଂ, ମାଧୁରୀ ପ୍ରଧାନ, ରୀତାରାଣୀ ପ୍ରଧାନ, ସୁନିତା ସାହୁ, ପ୍ରଭଞ୍ଜନ ମିଶ୍ର, ଅନ୍ନପୂର୍ଣ୍ଣା ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.