csstore

ବଲାଙ୍ଗିରରେ କାନଭାସ କଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିକଟସ୍ଥ ଲଳିତ କଳା ଏକାଡେମୀ ଠାରେ କଳାହାଣ୍ଡି ଆର୍ଟ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ଏକ ନିଆରା କାନଭାସ କଳା ଅନୁଷ୍ଠିତ ହେଇଯାଇଛି । କଳାହାଣ୍ଡି ଆର୍ଟ ଆଣ୍ଡ ରିସର୍ଚ୍ଚର ପ୍ରିନ୍ସିପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାନଭାସ କାଳରେ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, ଚିତ୍ରଶିଳ୍ପୀ ବାସୁଦେବ ମେହେର, ମୁରଲୀଧର ପତି ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ଓ ଚିତ୍ରଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ । ପାଖାପାଖି ୧୭ ଜଣ ଚିତ୍ରଶିଳ୍ପୀଙ୍କ ଭିନ୍ନ ଭିନ୍ନ ନିଆରା ଚିତ୍ରକଳା ସବୁ ସୋ’ କରାଯାଇଥିଲା । ଏହି କାନଭାସ କଳା ଆଜି ଠୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି ।

jayashree
Leave A Reply

Your email address will not be published.