
ବରଗଡ, (ମୁନ୍ନା ସାହୁ) : ବରଗଡ ଜିଲ୍ଲା ବରପାଲି ବ୍ଲକ ସତଲମା ଗ୍ରାମ ପଂଚାୟତ ଅନ୍ତର୍ଗତ ରେଶମ ପ୍ରଶାଖା କେନାଲର ଅପର ପାର୍ଶ୍ଵରେ ଥିବା ବରଗଡ କେନାଲ ବ୍ରିଜ ତଳେ ଅଜଣା ସ୍ତ୍ରୀ ଲୋକର ମୃତ ଦେହ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ଶତପଥି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପଦାରବିନ୍ଦ ତ୍ରିପାଠୀ, ବରପାଲି ଆଇଆଇସି ପ୍ରମୋଦ କୁମାର ସାହୁ ଯାଇ ଘଟଣାର ତଦନ୍ତ କରୁଛନ୍ତି । ଆଜି ସକାଳେ ସ୍ଥାନୀୟ ଲୋକେ କେନାଲକୁ ଗାଧୋଇ ଯାଇଥିବା ବେଳେ ଜଣେ ଅଜଣା ମୃତ ଦେହ ଦେଖିଥିଲେ । ପରେ ପରେ ବିଜୟପଲ୍ଲୀ ଫାଣ୍ଡିର ଇନଚାର୍ଜ ମୋହନସୁନ୍ଦର ବାଗଙ୍କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିଲା । ପରେ ପରେ ସାଇଣ୍ଟିଫିକ ଟିମ୍ ଏବଂ ଡଗ ସ୍କ୍ୱାଡ଼ ମଧ୍ୟ ଆସି ତଦନ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ବରପାଲି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି । ପରେ ପରେ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ବରଗଡ ପଠାଯାଇଛି ।