
ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ୀ ଯୁବା ମଞ୍ଚର ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ ସମାରୋହ ଏବଂ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ୀ ଯୁବା ମଞ୍ଚ ଦ୍ୱାରା ଆୟୋଜିତ ଚତୁର୍ଥ ପ୍ରାନ୍ତୀୟ କାର୍ଯ୍ୟକାରିଣୀ ବୈଠକ, ପିଏସଟି ମିଟ ଏବଂ ସାମୂହିକ ଶପଥ ପାଠ ସମାରୋହ ଆଜି ସ୍ଥାନୀୟ ଡିଏନରିସର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଯୁବା ସୁରେଶ ଏମ. ଜୈନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମାରୱାଡ଼ୀ ଯୁବା ମଞ୍ଚ ଯୁବା ଅମର ସୁଲତାନିଆ, ପ୍ରାନ୍ତୀୟ ଅଧ୍ୟକ୍ଷ ଯୁବା ଅଜୟ ଶର୍ମା ଓ ପ୍ରାନ୍ତୀୟ ଉପ ସଭାପତି ଯୁବା ବିକାସ କେଡିଆ, ପ୍ରାନ୍ତୀୟ ସହାୟକ ମନ୍ତ୍ରୀ ଆରୁଶ ଶର୍ମା, ପ୍ରାନ୍ତୀୟ କୋଷାଧ୍ୟକ୍ଷ ସୁରଜ ବାପୋଡ଼ିଆ ଉପସ୍ଥିତ ଥିଲେ । ଏମାନଙ୍କ ସମେତ ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ୀ ଯୁବା ମଞ୍ଚ ତଥା ଓଡ଼ିଶା ପ୍ରାନ୍ତର ସମ୍ପୂର୍ଣ୍ଣ ପ୍ରାନ୍ତୀୟ ଟିମ୍ର ସଦସ୍ୟମାନେ ଉପସ୍ଥିତ ଥିଲେ । ଅତିଥିମାନେ ମଞ୍ଚାସୀନ ହେବା ପରେ ଦୀପ ପ୍ରଜ୍ୱଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇବା ପରେ ଦାୟିତ୍ୱ ହସ୍ତାନ୍ତର କରଯାଇଥିଲା । ଏହାପରେ ଆସିଥିବା ସଦସ୍ୟଙ୍କୁ ନେତୃତ୍ୱ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ମାରୱାଡ଼ୀ ଯୁବା ମଞ୍ଚ, ସେଣ୍ଟ୍ରାଲ ଶାଖାର ସଭାପତି ସି ଏ ଉମେଶ କନୋଡିଆ, ସଂପାଦକ ସି ଏ ରାକେଶ ଜୈନ, କାର୍ଯ୍ୟକାରିଣୀ ସଦସ୍ୟ ଯୁବା ପଙ୍କଜ ଅଗ୍ରୱାଲ, ଦୀପେଶ ଜୈନ, ରାହୁଲ ଜୈନ, ରୋହିତ ଜୈନ, ଅରୁଣ ଗୁପ୍ତା, ନନ୍ଦନ ଅଗ୍ରୱାଲ, ମିଣ୍ଟୁ ଶର୍ମା, ମହେଶ ଅଗ୍ରୱାଲ ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।