
ବଲାଙ୍ଗିର, (କେପିଏନ୍ଏସ୍) : ରାଜେନ୍ଦ୍ର ପାର୍କରେ ମହାସମାରୋହରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ । ଉତ୍କଳ ମହିଳା ବିକାଶ ପରିଷଦ, ପାତାଞ୍ଜଳୀ ଯୋଗ ପୀଠ, ମାଲପଡ଼ା ରାମାସ୍ୱାମୀ ମହିଳା କମିଟି ଓ ଆଦ୍ୟାଶକ୍ତି ନାରୀ ସଂଗଠନ ସମେତ ବିଭିନ୍ନ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ରାଜେନ୍ଦ୍ର ପାର୍କ ଠାରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ବର୍ଷର ଥିମ “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” କୁ ଆଧାର କରି ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ମହିଳା, ଯୁବକ-ଯୁବତୀ ଓ ବରିଷ୍ଠ ନାଗରିକ ସାମିଲ ହୋଇଥିଲେ । ଉତ୍କଳ ମହିଳା ବିକାଶ ପରିଷଦର ସଦସ୍ୟା ଶ୍ରୀମତୀ ନିହାରିକା ମିଶ୍ରଙ୍କ ଆୟୋଜନରେ ପାତାଞଳୀ ଯୋଗପୀଠର ସୁଜାତା ଦିଶ୍ରୀ, ଦୀପ୍ତୀମୟୀ ମିଶ୍ର, ସରୋଜା ମାଝୀଙ୍କ ନେତୃତ୍ୱରେ ପ୍ରଭାତରୁ ପାତାଞଳୀ ଯୋଗ ପୀଠର ଯୋଗ ଗୁରୁଙ୍କ ଦ୍ୱାରା ସୂର୍ଯ୍ୟ ନମସ୍କାର, ପ୍ରାଣାୟାମ ଓ ବିଭିନ୍ନ ଆସନ ଅଭ୍ୟାସ କରାଯାଇଥିଲା । ଉତ୍କଳ ମହିଳା ବିକାଶ ପରିଷଦର ସଦସ୍ୟା ଶ୍ରୀମତୀ ନିହାରିକା ମିଶ୍ର କହିଥିଲେ, “ଯୋଗ କେବଳ ବ୍ୟାୟାମ ନୁହେଁ, ଏହା ଶରୀର, ମନ ଓ ଆତ୍ମାକୁ ଯୋଡ଼ିବାର ମାଧ୍ୟମ । ଆଜି ସବୁ ସଂଗଠନ ଏକାଠି ହୋଇ ଏହି ବାର୍ତ୍ତେ ଦେଇଛୁ ।” ଆମ ଉତ୍କଳ ମହିଳା ବିକାଶ ପରିଷଦର ସବିତା ରାଣୀ ମିଶ୍ର, ମମତା ସୁନା, ସୁଜାତା ନନ୍ଦ, ଦୀପାଳୀ ସାହୁ, ସଙ୍ଗୀତା ସିଂହଦେଓ, ଦେବସ୍ମିତା ତ୍ରିପାଠୀ ସମେତ ଅନେକ ସଦସ୍ୟା ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଂଶଗ୍ରହଣକାରୀ ନିୟମିତ ଯୋଗ କରିବା ଓ ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ଶପଥ ନେଇଥିଲେ । ଯୋଗ କର, ନିରୋଗ ରୁହ ।