
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଉ କିଛି ଦିନ ପରେ ହେବ ରଥଯାତ୍ରା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ସହରରେ କିଭଳି ଶୃଙ୍ଖଳିତ ଭାବେ ଆୟୋଜନ କରାଯିବ ସେନେଇ ଟିଟିଲାଗଡ ଉପ ଜିଲ୍ଲାପାଳ ତଥା ଦଧି ବାମନ ଓ ଧବଳେଶ୍ୱର ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ପୌର ପରିଷଦର କଲ୍ୟାଣ ମଣ୍ଡପ ଠାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ଟିଟିଲାଗଡ ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ଏସଡିପି ଓ ଯଶୋବନ୍ତ ନାରାୟଣ ପ୍ରଧାନୀ, ସହାୟକ ଜିଲ୍ଲାପାଳ ତୁଷାର କାନ୍ତ ମହଲା, ସମ୍ପୂର୍ଣ୍ଣା ନନ୍ଦ ବେଜ୍, ଟ୍ରଷ୍ଟି ସଞ୍ଜିବ କୁମାର ପାଢ଼ୀ, ଭବାନୀ ପ୍ରସାଦ ହୋତା, ମଞ୍ଚାସୀନ ହେବା ପରେ ବୈଠକ ଆରମ୍ଭ ହୋଇଥିଲା । ରଥଯାତ୍ରା ଆରମ୍ଭ ଦିନଠାରୁ ଶେଷ ହେବା ପର୍ଯ୍ୟନ୍ତ ଟ୍ରାଫିକ ନିୟନ୍ତ୍ରଣ, ପୌର ପରିଷଦ ପକ୍ଷରୁ ସଫା ସୁତୁରା ରଖିବା, ଅଗ୍ନିଶମ ବିଭାଗ, ଅବକାରୀ ବିଭାଗ ଏବଂ ଅନ୍ୟାନ୍ୟ ବିଭାଗ ପକ୍ଷରୁ ସେମାନେ ତାଙ୍କର ଦାୟିତ୍ୱ ନିର୍ବାହ କରିବାକୁ କୁହାଯାଇଥିଲା । ମନ୍ଦିରକୁ ନୂତନ ରଙ୍ଗ ଦେବା ଠାରୁ ଆରମ୍ଭ କରି ପ୍ରଭୁଙ୍କର ପୂଜାର୍ଚ୍ଚନା ରୀତିନୀତି ଅନୁସାରେ କିପରି ହେବ ସେ ବିଷୟରେ ଆଲୋଚନା କରଯାଇଥିଲା । ଏହି ବୈଠକରେ ମେଡିକାଲ ବିଭାଗ ପକ୍ଷରୁ ଡ. ବଳରାମ ସାହୁ, ପୋଲିସ ପକ୍ଷରୁ ଥାନାଧିକାରୀ ମନୋଜ କୁମାର ମୁଣ୍ଡା, ପୌର ପରିଷଦର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ, ପୌର ପରିଷଦର କାଉନସିଲର ମାନସ ସାହୁ, ଗୋପାଳ ବେହେରା, ମନ୍ଦିରର ସେବାୟତ କମ୍ବୁ ପାଣି ପାଢ଼ୀ, ଜିତୁ ପାଢୀ, ଶମ୍ଭୁ ପାଢ଼ୀ, ସୁମନ୍ତ ପାଢ଼ୀ, ଆକାଶ ପାଢ଼ୀ, ସଞ୍ଜୟ ପାଢ଼ୀ, ଅଶୋକ ପାଢ଼ୀ, ସମାଜସେବୀ ରାଜୁ ମିଶ୍ର, ବ୍ରାହ୍ମଣ ସମାଜର ସଭାପତି ସୁବୋଧ ଦାସ, ବଣିକ ସଂଘର ସଭାପତି ଶମ୍ଭୁ ପ୍ରସାଦ ଗୋଏଲ, କୃଷ୍ଣ ପାତ୍ର, ଅରୁଣ କୁମାର ମିଶ୍ର, କୁମୁଡ଼ା ପାହାଡ ସୁରକ୍ଷା ସମିତିର ଉପେନ୍ଦ୍ର ବାଗ, ଆଇନଜୀବୀ ତନୟ ଠାକୁର, ଅରବିନ୍ଦ ପାଣିଗ୍ରାହୀ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷମାନେ ଉପସ୍ଥିତ ଥିଲେ ।