jayashree

ପିତୃ ମାତୃହୀନ ଶିଶୁଙ୍କ ପରାମର୍ଶ ଓ କୋର୍ଟ କ୍ୟାମ୍ପ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ସୋନପୁର ବ୍ଲକ ମିଶନ ଶକ୍ତି ଗୃହ ଠାରେ ବ୍ଲକସ୍ତରୀୟ ଶିଶୁ ମଙ୍ଗଳ କମିଟି କୋର୍ଟ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ପିତୃ ମାତୃହୀନ ଶିଶୁଙ୍କ ପାଇଁ ଉପସ୍ଥାପନା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କ୍ୟାମ୍ପରେ ପ୍ରାୟ ୭୫୬ ଜଣ ଶିଶୁ ଓ ମହିଳା ଭାଗ ନେଇଥିଲେ । ମଙ୍ଗଳ କମିଟି, ସୁବର୍ଣ୍ଣପୁର ଦ୍ୱାରା ସମସ୍ତ ଶିଶୁ ଏବଂ ଅଭିଭାବକଙ୍କ ସମସ୍ତ ପ୍ରମାଣ ପତ୍ର ଯାଞ୍ଚ କରାଯାଇ ତଥ୍ୟ ସଂଗ୍ରହ କରାଯାଇଥିଲା । ସମସ୍ତ ଶିଶୁମାନଙ୍କ ତଥ୍ୟ ତର୍ଜମା ପରେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବାର ବ୍ୟବସ୍ଥା କରାଯିବ । ଏହି କାର୍ଯ୍ୟକ୍ରମକୁ ଜିଲ୍କା ଶିଶୁ ସୁରକ୍ଷା ଅଧିକାରୀ ଚର୍ତୁଭୁଜ ଦାସ ପରିଚାଳନା କରିଥିବା ବେଳେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଲିନା ବାବୁ, ସଭ୍ୟା ରଂଜିତା ସାହୁ, ସଭ୍ୟ କେଶବ ଚନ୍ଦ୍ର ମେହେର, ବ୍ରଜେନ୍ଦ୍ର କୁମାର ବିଶି ଉପସ୍ତିତ ରହି ଉପସ୍ଥାପନା କାର୍ଯ୍ୟ ତୁଲାଇଥିଲେ । ଏହି କ୍ୟାମ୍ପକୁ ଶିଶୁ ସୁରକ୍ଷା ବିଭାଗର ଗୌତମ ମହାପାତ୍ର, ରୁଦ୍ର ପ୍ରସନ୍ନ ମିଶ୍ର, ଥବିର କାଲସେ, ମୃତ୍ୟୁଞ୍ଜୟ ସାହୁ, ସରିତା ସୁନା, ଜିତେନ୍ଦ୍ର ମଣ୍ଡଳ, ଅନିଲ ମହଲା ଓ ଚାଇଲ୍ଡ ହେଲ୍ପ ଲାଇନର ଧର୍ମେନ୍ଦ୍ର ଦାସ ଓ ଶିଶୁ ମଂଗଳ ସମିତିର ଏଡିଇଓ ଆକାଶ ରଣା ଶିବିରରେ ସହଯୋଗ କରିଥିଲେ ।

Leave A Reply

Your email address will not be published.