pr

ସରକାରଙ୍କ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଶୁଭାରମ୍ଭ

dr. purohit

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଞ୍ଚାୟତ ସମିତି ପରିସରରେ ବିକାଶ ଧାରା ଓଡ଼ିଶା ସାରା ଶୀର୍ଷକଙ୍କୁ ନେଇ ଜାତି ଓ ଜନଜାତି ସମ୍ବାଦ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଯାଇଛି । ଓଡ଼ିଶାରେ ବିଜେପି ସରକାରଙ୍କ ଦୁଇ ବର୍ଷର ବିକାଶ ଧାରା ଓ କେନ୍ଦ୍ର ସରକାରଙ୍କ ବାର ବର୍ଷର ବିକାଶ ଧାରାକୁ ଲୋକ ଲୋଚନରେ ସମ୍ପ୍ରସାରିତ କରିବା ସହ ବିଭିନ୍ନ ଜନ ହିତକର ଯୋଜନା ଗୁଡ଼ିକୁ ତୃଣ ମୂଳ ସ୍ତରରେ ପହଞ୍ଚାଇ ଉପଭୋକ୍ତାଙ୍କ ସଂପୃକ୍ତିକୁ ନେଇ ଆହ୍ୱାନ ଦିଆଯାଇଥିଲା । ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିସାରି ମୁଖ୍ୟଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅବସର ପ୍ରାପ୍ତ ଜିଏସଟି କମିଶନର ଗଙ୍ଗାଧର ମାଝୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତି ମଧ୍ୟରେ ଶିକ୍ଷା ବିକାଶକୁ ଗୁରୁତ୍ୱ ଦେଇଥିଲେ । କଳାହାଣ୍ଡି ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଦିସାରି, ହରିଜନ ମୋର୍ଚ୍ଚା ଜିଲ୍ଲା ସଭାପତି ବିଷ୍ଣୁ ନାଏକ, ଜିଲ୍ଲା ପରିଷଦ ସଦସ୍ୟ ଅଙ୍ଗଦ ମାଝୀ, ଆଦିବାସୀ ନେତା ମନୋଜ ପାତ୍ର, ବିଭୂତି ପାଣିଗ୍ରାହୀ, ସୀତାରାମ ନାଏକ, ସୁଶାନ୍ତ ଝାଙ୍କର୍, ନିରଞ୍ଜନ ଛତ୍ରିଆ, ପୂର୍ବତନ ଜିଲ୍ଲା ସଭାପତି ଶେଷ ଦେବ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରର ଅଞ୍ଚଳର ବିଭିନ୍ନ ଦିଗରେ ପାରଦର୍ଶିତା ଅର୍ଜନ କରିଥିବା କୃତିମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ବିଡିଓ ଧର୍ମରାଜ ମାଝୀ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ସାମାଜିକ ଅଧିକାରୀ ସିଦ୍ଧାର୍ଥ ମୁଣ୍ଡ ଓ ଭବାନୀ ଶଙ୍କର ଜେନା ମଂଚ ପରିଚାଳନା କରିଥିଲେ ।

nrusinghnath
Leave A Reply

Your email address will not be published.