jayashree

ଶାନ୍ତିପଡ଼ା ଯୋଗ କକ୍ଷାରେ ରଜ ଉତ୍ସବ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ କାଲି ସନ୍ଧ୍ୟାରେ ଶାନ୍ତିପଡ଼ା ପତଞ୍ଜଳି ଯୋଗ ପରିବାର ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଜ ଉତ୍ସବ ମହା ଆଡମ୍ବରରେ ପାଳନ କରାଯାଇଥିଲା । ଏଥିରେ ନାଚ, ଗୀତ ଇତ୍ୟାଦି କରିବା ସହ ବିଭିନ୍ନ ପ୍ରତିଯୋଗିତା ମଧ୍ୟ କରାଯାଇଥିଲା । ଯୋଗର ସମସ୍ତ ଭଉଣୀମାନଙ୍କ ଦ୍ୱାରା ପାରମ୍ପରିକ ପିଠା, ମଣ୍ଡା ପ୍ରସ୍ତୁତି କରାଯାଇ ପରିବେଷଣ କରାଯାଇଥିଲା । ଏହି ଉତ୍ସବକୁ ପାଳନ କରିବାରେ ସାରଥୀ ପଟେଲ, ନୃପରାଜ ରଣା ଓ ଅଞ୍ଜଳି ରଣା ତଥା ସମସ୍ତ ଭାଇ ଓ ଭଉଣୀ ମାନଙ୍କ ମିଳିତ ସହଯୋଗରେ କରାଯାଇଥିଲା । ଏହି ମହାନ ପର୍ବକୁ ସମସ୍ତ ଭାଇ ଓ ଭଉଣୀ ମନଭରି ଉପଭୋଗ କରିଥିଲେ ।

Leave A Reply

Your email address will not be published.