jayashree

ଏସ୍‌ଏସ୍‌ଆର୍‌ଭିଏମ୍‌ର ଚାରି ଦିନିଆ ଶ୍ରଦ୍ଧା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ସ୍ଥିତ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ପରିଚାଳିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଚତୁର୍ଦିବଶୀୟ ଶ୍ରଦ୍ଧା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏସ୍‌ଏସ୍‌ଆର୍‌ଭିଏମ୍‌ର ନିର୍ଦ୍ଦେଶକ ଡ. ଗିରିଜା ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁଦୂର ମୁମ୍ବାଇରୁ ଶ୍ରେୟା କଦମ ଓ ସୁନିତା ପାରୁଲେକର ଯୋଗଦେଇ ଫର୍ଟିଲାଇଜର, ସେକ୍ଟର ୨୦ ଓ ସେକ୍ଟର ୧୯ ବିଦ୍ୟାମନ୍ଦିରର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପ୍ରାୟ ୨୬ ବର୍ଷର ଅଭିଜ୍ଞତା ଥିବା ତଥା ଦେଶ ଓ ବିଦେଶରେ ଗୁରୁ ରବିଶଙ୍କରଙ୍କ ଶିକ୍ଷାକୁ ପ୍ରଚାର ପ୍ରସାର କରୁଥିବା ଶ୍ରୀମତୀ କଦମ ମାନସିକ ଅବସାଦମୁକ୍ତ ଶିକ୍ଷା, ଛାତ୍ର ଛାତ୍ରୀଙ୍କୁ ଶାରିରୀକ ଓ ମାନସିକ ସୁସ୍ଥତା ଓ ବୌଦ୍ଧିକ ବିକାଶ ପାଇଁ ତଥା ଶାରିରୀକ ସୁସ୍ଥତା ପାଇଁ ବିଭିନ୍ନ ପ୍ରାଣାୟମ ଯୋଗ ଆଦି ଶିକ୍ଷା ଦେବେ । ଏହି କାର୍ଯ୍ୟକ୍ରମ ପାଇଁ ଶୁଦ୍ଧ ଚିତ୍ତ ଓ ମନ, ଭଲ ଚିନ୍ତନ, ଶୃଙ୍ଖଳା, ପ୍ରତିବଦ୍ଧତା, ଟ୍ରେନିଂ ଉପରେ ଗୁରୁତ୍ୱାରୋପ କରିବା ସହ ଶାସନ ଓ ଅନୁଶାସନ ମଧ୍ୟରେ ଥିବା ପାର୍ଥକ୍ୟକୁ ସରଳୀକରଣ କରାଇଥିଲେ । ପ୍ରାରମ୍ଭରେ ମନପ୍ରିତ କୌର ଅତିଥିଙ୍କ ପରିଚୟ ପ୍ରଦାନ ପରେ ନିର୍ଦ୍ଦେଶକ ଡ. ଦାସ ଶ୍ରଦ୍ଧା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସୁଚିନ୍ଦ୍ରମ ସେନଗୁପ୍ତ, ଯଶବିନ୍ଦର କୌର, ମୀନାକ୍ଷୀ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.