jayashree

ଉଡାର ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା : ବଡ଼ବନ୍ଧ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଉଡାରରେ ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଉଡାର ଦଳ ସହ ବରକାନୀ, ଶିରାବାହାଲ, ବିରାଟକାନୀ, ବଡବନ୍ଧ, ପାଇକସମରା, ବ୍ରାହ୍ମଣୀପାଲି, ବାଞ୍ଜିପାଲି ଦଳ ଅଂଶଗ୍ରହଣ କରିଥିଲେ । ବଡ଼ବନ୍ଧ ସହ ଉଡାର ଦଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବିଜୟୀ ହୋଇ ବଡବନ୍ଧ ଦଳ ଚାମ୍ପିଅନ ହୋଇଥିଲା । ଏହି ଅବସରରେ ଅତିଥି ଭାବେ ହାତୀସରା ସମିତି ସଭ୍ୟ ବିଶ୍ୱଜିତ ପତ୍ର, ଶିକ୍ଷକ ଆଶିଷ ବାରିକ, ପ୍ରଦୀପ ଛତ୍ରିଆ, ସମାଜସେବୀ ପ୍ରସନ୍ନ ବିଶ୍ୱାଳ, ସନାତନ ସାହୁ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଗୋପୀନାଥ ମହାନନ୍ଦ, ଦିନେଶ ପ୍ରଧାନ, ବିଘ୍ନରାଜ ପ୍ରଧାନ ଖେଳ ପରିଚାଳନା କରିଥିବା ବେଳେ ଆନନ୍ଦ ବିଶ୍ୱାଳ, ଧରଣୀ ପ୍ରଧାନ ସ୍କୋରର, ଗକୁଲ ପ୍ରଧାନ, ଶଙ୍କର୍ଷଣ ପ୍ରଧାନ ଧର ବିବରଣୀ ପ୍ରଦାନ କରିଥିଲେ । ପରିଚାଳନା କମିଟିର ଅଶ୍ୱିନୀ ପ୍ରଧାନ, ପଙ୍କଜ ପ୍ରଧାନ, ଉଦୟ ପ୍ରଧାନ, ବଡ଼ ସାହୁ, ଲିପୁନ୍ ସାହୁ, ଅରବିନ୍ଦ ପ୍ରଧାନ, ସପନ ପ୍ରଧାନ, ସରୋଜ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.