pr

କଟକରେ ସମ୍ବର୍ଦ୍ଧିତ ରାମଜୀ କଳା ପରିଷଦ

dr. purohit

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା, ଲୋଇସିଂହା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମରୁ ଯାଇ ରାଜ୍ୟ କଳାଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡିଆ ତରଫରୁ ଆୟୋଜିତ, କଟକରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କଳିଙ୍ଗ କଳା ପ୍ରତିଯୋଗିତାରେ ରେଙ୍ଗାଲି ଗାଁର ରାମଲୀଳା କଳାକାରମାନେ ଅଂଶଗ୍ରହଣ କରି ନିଜ ଗାଁ ତଥା ସମଗ୍ର ଅଞ୍ଚଳକୁ ଗୌରବାନ୍ୱିତ କରିଛନ୍ତି । ରାଜ୍ୟସ୍ତରୀୟ ମଞ୍ଚରେ ନିଜ କଳା ପ୍ରଦର୍ଶନ କରି ହାସଲ କରିପାରିଛନ୍ତି ଅନେକ ଲୋକପ୍ରିୟତା । କେବଳ ଅଂଶଗ୍ରହଣରେ ସୀମିତ ନ ରହି, ରାବଣ ଭୂମିକାରେ ଚମତ୍କାର ଅଭିନୟ କରିଥିବା “ରାମଚନ୍ଦ୍ର ଉଦୂରକୁଲିଆ” ଶ୍ରେଷ୍ଠ ଅଭିନେତା ପୁରସ୍କାର “ହାସଲ କରିଛନ୍ତି । ଏହି ରଜ କିଙ୍ଗ୍ ଏଣ୍ଡ୍ ରଜ କୁଇନ୍ କଟକରେ ସମ୍ବର୍ଦ୍ଧିତ ହେଲା ରାମଜୀ କଲା ପରିଷଦ, ରେଙ୍ଗାଲି ଦୀର୍ଘ ୮୦ବର୍ଷରୁ ଅଧିକ ବର୍ଷ ଧରି ଚାଲିଆସୁଥିବା ରାମଲୀଳା କଳା ଅନୁଷ୍ଠାନକୁ ସମ୍ମାନ ଓ ପରିଚୟ ମିଳିଛି । ମାତ୍ର ନିଜ ଗାଁରେ ସୀମିତ ହୋଇ ରହିଥିବା କଳା ଏବେ ସାରା ଓଡ଼ିଶାରେ ବିକଶିତ ହେବାର ସୁଯୋଗ ପାଇଛି । ଲଣ୍ଠନ ଜାଳି ଗାଁରେ ରାମଲୀଳା କରୁଥିବା ଦିନଠୁ ଆଜି ଭଳି ଦିନକୁ ପହଞ୍ଚିବାର ସଂଘର୍ଷର‌ କାହାଣୀ ଭିତରେ ରହିଥିଲା ଅନେକ ବାଧା ବିଘ୍ନ ଓ ପରିଶ୍ରମ, ହେଲେ କଳା ସଂସ୍କୃତିକୁ ବଞ୍ଚେଇ ରଖିବାର ଇଚ୍ଛା ଓ ଆକାଂକ୍ଷା ଦେଖାଇପାରିଛି କଳାକୁ ଆଗେଇ ନେବାର ମାର୍ଗ । କଥାରେ ଅଛି “ତୁଳସୀ ଦୁଇ ପତ୍ରରୁ ବାସେ” ଗୋଟେ ଗାଁରେ ପ୍ରଥମେ ଲଣ୍ଠନ ଜାଳି, ଅଳ୍ପ ସାଜସଜା ଭିତରେ ଆରମ୍ଭ ହେଉଥିଲା ରାମଲୀଳା ଗୀତି ନାଟକ ଏବଂ ଗୋଟିଏ ଛୋଟିଆ ଅନୁଷ୍ଠାନ ତିଆରି କରିଥିଲା ରାମଜୀ କଳା ପରିଷଦ, ରେଙ୍ଗାଲି ନାମରେ । ବର୍ଷ ବର୍ଷ ଧରି ଜାରି ରୁହେ ତାର ପ୍ରଚେଷ୍ଟା ଏବଂ ପ୍ରଥମେ ରେଙ୍ଗାଲି ନୂଆଖାଇ ଭେଟଘାଟରେ ସମ୍ବର୍ଦ୍ଧିତ ଏବଂ ପଣା ସଂକ୍ରାନ୍ତି ଉପଲକ୍ଷେ କବି ସମ୍ମିଳନୀରେ ସମ୍ବର୍ଦ୍ଧିତ ଏବଂ ତାପରେ ତହଁକ୍ ସାହିତ୍ୟ କୁଟୁମ୍ ବଲାଙ୍ଗିର ତରଫରୁ ଗାଁ କଳା ସମ୍ମାନରେ ସମ୍ବର୍ଦ୍ଧିତ ଏବଂ ହରିଶଙ୍କର ମହୋତ୍ସବରେ ସମ୍ବର୍ଦ୍ଧିତ ଏଭଳି ଅନେକ ସ୍ଥାନରେ ନିଜ କଳାକୁ ପ୍ରସାରିତ କରିପାରିଛନ୍ତି ଏଇ ଅନୁଷ୍ଠାନର କଲାକାରମାନେ । ବର୍ତ୍ତମାନ ଚଳିତ ରଜ କିଙ୍ଗ ମହୋତ୍ସବ କଟକ ଏହି ଅବସରରେ ସମସ୍ତ କଲାକାର ସମ୍ମାନିତ ହୋଇ ଗର୍ବ ଓ ଗୌରବର ପାତ୍ର ହୋଇ ପାରିଛନ୍ତି । ନିଜ ଗାଁ ମଧ୍ୟରେ ସୀମିତ ହୋଇରହିଥିବା ଏହି ନାଟକ ଦଳ ଏବେ ସହରାଭିମୁଖି ମଧ୍ୟ ହୋଇପାରିଛି । ରେଙ୍ଗାଲି ରାମଜୀ କଳା ପରିଷଦ ଏହି ବିକାଶ ଦିଗରେ ସାଉଁଟିପାରିଛି ଅନେକ ପ୍ରଶଂସା ଏବଂ ଗର୍ବ ଓ ସମ୍ମାନର ଶୁଭେଚ୍ଛା ବାର୍ତ୍ତା ।

nrusinghnath
Leave A Reply

Your email address will not be published.