jayashree

କେସିଙ୍ଗା ବିଏସ୍‌ଏ ପକ୍ଷରୁ ଓପିଏସସି କୃତକାର୍ଯ୍ୟ କନକ ଜୈନ ଏବଂ ସଙ୍ଗୀତା ସେଠୀଙ୍କୁ ସମ୍ବର୍ଦ୍ଧନା

କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡିଶା ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୪ ଫଳାଫଳରେ କୃତିତ୍ୱ ହାସଲ କରିଥିବା କଳାହାଣ୍ଡି ଜିଲ୍ଲା କେସିଙ୍ଗାର କନକ ଜୈନ ଏବଂ ସଙ୍ଗୀତା ସେଠୀଙ୍କୁ କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଏସ୍‌ଏ ସଭାପତି ସୁଶାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ବିଡିଓ ଜନ୍ମେଜୟ ସ୍ୱାଇଁ, ନଗରପାଳ ନୃପରାଜ ୟାଦବ, କାଉନସିଲର ଧରଣୀଧର ନାୟକ ପ୍ରମୁଖ କନକ ଜୈନ ଏବଂ ସଙ୍ଗୀତା ସେଠୀଙ୍କୁ ସଫଳତାର ଶୁଭକାମନା ଜଣାଇ ସମ୍ବର୍ଦ୍ଧନା ଦେଇଥିଲେ । ସୂଚନାଯୋଗ୍ୟ ଯେ, କେସିଙ୍ଗା ସହରର ବ୍ୟବସାୟୀ ସନ୍ତୋଷ ଜୈନ ଏବଂ ନମିତା ଜୈନଙ୍କ ଝିଅ କନକ ଜୈନ ସମଗ୍ର ରାଜ୍ୟରେ ଚତୁର୍ଥ ସ୍ଥାନ ଏବଂ ୱାର୍ଡ ନମ୍ବର ୧୦ ଅନ୍ତର୍ଗତ ମଶାଣିମୁଣ୍ଡା ଅଞ୍ଚଳର ଜଣେ କାଠ ମହାରଣା ଭାବେ ଜଣାଶୁଣା ବଂଶୀଧର ପ୍ରଧାନଙ୍କ ପତ୍ନୀ ସଙ୍ଗୀତା ସେଠୀ ୧୧୩ ନମ୍ବର ସ୍ଥାନରେ ରହି ଓପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ କଳାହାଣ୍ଡି ଜିଲ୍ଲା ତଥା କେସିଙ୍ଗା ଅଞ୍ଚଳ ପାଇଁ ଏକ ଗୌରବ ଆଣିଛନ୍ତି । ଶେଷରେ ଅକ୍ଷୟ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇ ଜଣଙ୍କ ସଫଳତାକୁ ନେଇ କେସିଙ୍ଗା ଅଞ୍ଚଳରେ ବିଭିନ୍ନ ମହଲରୁ କନକ ଏବଂ ସଙ୍ଗୀତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.