pr

ଗଞ୍ଜାମ ଜିଲ୍ଲା ରେଡ୍ଡୀ ମହାଜନ ସଂଘର ସାଧାରଣ ସମ୍ପାଦକ ଆର୍. ଶ୍ରୀନିବାସ ରେଡ୍ଡୀଙ୍କ ପରଲୋକ

dr. purohit

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ କୁଳ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ରେଡ୍ଡୀ ମହାଜନ ସଂଘର ସାଧାରଣ ସମ୍ପାଦକ ଆର୍. ଶ୍ରୀନିବାସ ରେଡ୍ଡୀ (୬୪)ଙ୍କ ଗତକାଲି ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ରେଡ୍ଡୀକୁଳ ସମାଜର ସେବାରେ ବ୍ରତୀ ହୋଇ ଜୀବନର ଶେଷ ପର୍ଯ୍ୟନ୍ତ ସେ ଅହରହ ସଂଗ୍ରାମ ଜାରି ରଖିଥିଲେ । ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କ ମରଶରୀରକୁ ତାହାଙ୍କ ନିଜସ୍ୱ ବାସଭବନ ଗଞ୍ଜାମ ସହର ଅନ୍ତର୍ଗତ ବିଞ୍ଝଣାପଲ୍ଲୀ ଗ୍ରାମକୁ ଅଣାଯାଇଥିଲା । ନିଜ ଗ୍ରାମ ମଶାଣି ଭୂଇଁରେ ସସମ୍ମାନର ସହ ତାହାଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରାଯାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ଓ ଦୁଇ ପୁଅ ଉପସ୍ଥିତ ଥିଲେ । ବିଳମ୍ବରେ ହେଲେ ମଧ୍ୟ ଖବର ପାଇ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ବହୁ ରେଡ୍ଡୀ ମହାଜନ, ପଦାଧିକାରୀଗଣ ଯୋଗଦେଇ ତାହାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ତାଲୁକା ଅନ୍ତର୍ଗତ ରେଡ୍ଡୀ ସଂଘ ସଭା ଭବନରେ ଏହି ଉପଲକ୍ଷେ ଏକ ଶୋକସଭା ସୋମବାର ସକାଳେ ଗଞ୍ଜାମ ଜିଲ୍ଲା ରେଡ୍ଡୀ ମହାଜନ ସଂଘର ଜିଲ୍ଲା ସଭାପତି ସି.ଏଚ୍. ଦିଲେଶ୍ୱର ରେଡ୍ଡୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଆଇନଜୀବୀ ତଥା ଗଞ୍ଜାମ ଜିଲ୍ଲା ରେଡ୍ଡୀ ମହାଜନ ସଂଘର ଉପ-ସଭାପତି କେ. ଦୁର୍ଯ୍ୟୋଧନ ରେଡ୍ଡୀ, ଏନ୍. ଆପ୍ପା ରାଓ, ଆସ୍କା ଜୋନ୍ ସଭାପତି ଆର୍. ଭାଗିରଥୀ ରେଡ୍ଡୀ, ଜିଲ୍ଲା ଉପଦେଷ୍ଟା ସାଲ୍ଲା କ୍ରିଷ୍ଣା ରେଡ୍ଡୀ, ଜିଲ୍ଲା ସମ୍ପାଦକ ତଥା ଛତ୍ରପୁର ବ୍ଲକ ଶ୍ରୀରାମଚନ୍ଦ୍ରପୁରର ସମିତିସଭ୍ୟ ଏସ୍. ଚକ୍ରପାଣି ରେଡ୍ଡୀ, ଜିଲ୍ଲା ସମ୍ପାଦକ ଏସ୍. କିଶୋର ରେଡ୍ଡୀଙ୍କ ସମେତ ଅବିଭକ୍ତ ଗଞ୍ଜାମ ଜିଲ୍ଲା ତଥା ଶ୍ରୀକାକୁଲମରୁ ବହୁ ପଦାଧିକାରୀ କୁଳ ସଂଘର ଜିଲ୍ଲା, ତାଲୁକା, ଜୋନ୍ ସଭାପତି, ସମ୍ପାଦକ, ବହୁ ବରିଷ୍ଠ ନେତ୍ତୃବର୍ଗ ଯୋଗ ଦେଇ ତାଙ୍କରି ସ୍ମୃତିଚାରଣ କରିଥିଲେ ଏବଂ ସ୍ୱର୍ଗତ ଆତ୍ମାଙ୍କ ସଦଗତି କାମନା କରି ସମୂହ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଶେଷରେ ନେତ୍ତୃବର୍ଗ ସମୂହ ସ୍ୱର୍ଗତ ଶ୍ରୀନିବାସ ରେଡ୍ଡୀଙ୍କ ବାସଭବନକୁ ଯାଇ ତାଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ ।

nrusinghnath
Leave A Reply

Your email address will not be published.