
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବାସନ୍ତୀ ସାଂସ୍କୃତିକ ପରିଷଦର ୪୧ ତମ ବାର୍ଷିକ ଉତ୍ସବ ଓ ରଜଉତ୍ସବ ୨୦୨୬ ପାଳନ ଆରମ୍ଭ ହୋଇଯାଇଛି । ପରିଷଦର ସଭାପତି ଶ୍ରୀବତ୍ସ କୁଅଁର ଫିତାକାଟି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ମହିଳା, ଝିଅ, ବୋହୂ ଯୋଗଦେଇ ଆଳୁ ଚାମୁଚ ରେସ, ବେଲୁନ ଫୁଙ୍କା, କନିଷ୍ଠ ଓ ବରିଷ୍ଠ ବିଭାଗରେ ନୃତ୍ୟ ପରିବେଷଣ, ମ୍ୟୁଜିକ ଚେୟାର ଓ ଶୁଦ୍ଧ ଅଶୁଦ୍ଧ ଶବ୍ଦ ପରୀକ୍ଷା ଆଦି କରାଯାଇଥିଲା । ଏହାସହ ସମସ୍ତେ ଦୋଳିର ମଜା ଉଠାଇଥିଲେ । ପ୍ରତିଯୋଗିତା ଗୁଡ଼ିକର ମୂଲ୍ୟାଙ୍କନ ପାଇଁ ବିଚାରକ ଭାବେ କୁଞ୍ଜବିହାରୀ ରାଉତ, ଦେବାଶିଷ ଷଡ଼ଙ୍ଗୀ, ସବିତା ପରିଡା ଓ ସାଗରିକା ପରିଡା ପ୍ରମୁଖ ଯୋଗଦେଇଥିଲେ । ପ୍ରତିଯୋଗିତା ଗୁଡ଼ିକରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯିବ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନାରେ କାର୍ଯ୍ୟକାରୀ ସଭାପତି ଭଗବାନ ମହାପାତ୍ର, ସାଧାରଣ ସମ୍ପାଦକ ଅକ୍ଷୟ ଭୁୟାଁ, ଉତ୍ତମ ବାରିକ, ଗଙ୍ଗାଧର ଜେନା, ଜଗଦିଶ ମୋହନ ପ୍ରହରାଜ, ଅକ୍ଷୟ କୁମାର ଦାସ, କାମପାଳ ମହାନ୍ତି, ସୁଶାନ୍ତ କୁମାର ନାୟକ, ଦିଗମ୍ବର ପାଢ଼ୀ, ଟୁବୁ ଗୋସ୍ୱାମୀ, ସ୍ୱର୍ଣ୍ଣଲତା ବାରିକ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।