
ବରଗଡ, (ମୁନ୍ନା ସାହୁ) : ଅନ୍ତଃରାଜ୍ୟ ଗଂଜେଇ ଚାଲାଣକାରୀଙ୍କୁ ଗିରଫ କଲା ବରଗଡ଼ ପୋଲିସ । ବରଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା । ୧୩୧ କେଜି ଗଂଜେଇ ସହ ଦୁଇଜଣ ଅନ୍ତଃରାଜ୍ୟ ଗଂଜେଇ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ । ବରଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ ବରଗଡ଼ ଗ୍ରାମାଞ୍ଚଳ ଥାନା ପକ୍ଷରୁ ନାକାରେ ଚେକିଂ ସମୟରେ ଏକ କାରକୁ ତଲାସ କରାଯାଇଥିଲା । କାରଟି ଗଂଜେଇ ନେଇ ଛତିଶଗଡ଼ରୁ ଝାଡ଼ଖଣ୍ଡକୁ ଯାଉଥିବା ସମୟରେ ପୋଲିସ ହାତରେ ଧରାପଡିଥିଲା । ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ହଜାରୀବାଗ ଅଞ୍ଚଳର ୨୯ ବର୍ଷୀୟ ମନୋଜ ଦିବାକର ଓ ୩୦ ବର୍ଷୀୟ ରୋଶନ କୁମାର ସିଂ । ୧୩୧ କେଜି ୩୪୦ ଗ୍ରାମ ଗଂଜେଇ ସହ କଳା ରଙ୍ଗର କ୍ରେଟା କାର, ଦୁଇଟି ମୋବାଇଲ କେଶ ୧୩୫୦ ଟଙ୍କା ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଛି ।