
ବଲାଙ୍ଗିର, (କେପିଏନ୍ଏସ୍) : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ବର୍ତ୍ତମାନ ସାରା ରାଜ୍ୟରେ ଅନୁଦାନ ସମ୍ପର୍କରେ ଅଭିଯାନ ଆରମ୍ଭ କରିଛନ୍ତି । ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ସଂଘ ତରଫରୁ ୨୦୦୮ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁଦାନ ନୀତି ସକାଶେ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ ପାଇଁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମହୋଦୟଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବିଧାୟକ ସଂଘର ଦାବିକୁ ଶୁଣି ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ ପାଇଁ ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି । ପାଟଣାଗଡ଼ ଖଣ୍ଡ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ସଂଘର ଦିନେଶ ସାହୁ, ଗାନ୍ଧୀ ପଧାନ, ଶୋଭିତ ଦାଶ, ନୀଳକଣ୍ଠ ଗଡତ୍ୟା ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।