jayashree

ସ୍ଵାଭିମାନୀ ଓଡିଆଣୀର ରଜ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାଭିମାନୀ ଓଡ଼ିଆଣୀର ତୃତୀୟ ରଜ ଉତ୍ସବ ରାଉରକେଲା କ୍ଲବ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ମାନସୀ ଦାସ ମହାପାତ୍ରଙ୍କ ସଭାପତିତ୍ୱ ଓ ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୀପିକା ମହିଳା ସଂହତିର ଉପସଭାପତି ପ୍ରଭାତୀ ମିଶ୍ର ମୁଖ୍ୟଅତିଥି, ଅନ୍ୟତମ ଅତିଥି ଭାବେ ସୌଦାମିନୀ ସିଂ, ବିଜୟିନୀ ଜେନା, ରଶ୍ମି ସାହୁ, ପ୍ରଗତି ଅଗ୍ରୱାଲ, ସାରିକା କୁମାର, ପୁନମ ରାଓ ପ୍ରମୁଖ ଯୋଗଦେଇ ମହିଳାଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିବା ଏହି ଅନୁଷ୍ଠାନର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ କରୁଥିବା କାର୍ଯ୍ୟକ୍ରମ ପ୍ରଶଂସା କରିଥିଲେ । ଏହି ଅବସରରେ ମହିଳାମାନଙ୍କ ମଧ୍ୟରେ ରଜସୁନ୍ଦରୀ, ଶଙ୍ଖ ଫୁଙ୍କା, ହୁଳହୁଳି, ପୁଚି, ମ୍ୟୁଜିକାଲ ଚେୟାର ଆଦି ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପ୍ରସାଦ ଜୁଏଲାରୀ ପ୍ରଦତ୍ତ ଉପହାର ଦେଇ ପୁରସ୍କୃତ କରାଯାଇଥିଲା । ସେହିପରି ଅତିଥି ଓ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ପୋଡ଼ପିଠା, ରଜପାନ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ପ୍ରାରମ୍ଭରେ ସ୍ୱାଭିମାନୀ ଓଡ଼ିଆଣୀର ମୁଖ୍ୟ ଶ୍ରୀମତୀ ଦାସ ମହାପାତ୍ର ସ୍ୱାଗତ ଭାଷଣ ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସ୍ମିତା ମିଶ୍ର ଓ ମୁଖ୍ୟ ଅତିଥି ଶ୍ରୀମତୀ ମିଶ୍ର ସୁମଧୁର ସଂଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁପ୍ରଭା ମହାପାତ୍ର, ମନୋରମା ପାତ୍ର, ତୃପ୍ତି ସାହୁ, ଦିପ୍ତୀ ପ୍ରଧାନ, ଆର୍ଯ୍ୟଶ୍ରୀ ଦିପମାଲା, ପ୍ରିୟଙ୍କା ବିଶ୍ୱାଳ, ଅମ୍ରିତା ପରିଡା, ଇନ୍ଦିରା ମିଶ୍ର, ରଶ୍ମିତା ସାହୁ, ରଶ୍ମି ସାହୁ, ପ୍ରିୟଙ୍କା ବିଶୋଇ, ସନ୍ଧ୍ୟା ଦାସ, ଝରଣା, ଶୁଭଦୀପା, ମନିଦୀପା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସୁପ୍ରଭା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.