
ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନ ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନ ଠାରେ ରଜ ଉତ୍ସବ ପାଳନ କରିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ବିଜୟ ସୁନ୍ଦରାୟଙ୍କ ଆବାହକତ୍ୱ ଅଧ୍ୟକ୍ଷା ଦିପ୍ତୀ ସୁନ୍ଦରାୟ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଅନ୍ତେବାସୀ ମାନଙ୍କ ମଧ୍ୟରେ ଉପମା, ଘୁଗୁନି, ମିଠା, କେକ୍ କାଟି ଖାଇବାକୁ ଦେବା ସହ ସମସ୍ତଙ୍କ ଅଳତା, ଟିକିଲି, କଲମ ଓ ଅନ୍ୟାନ୍ୟ ଉପହାର ପ୍ରଦାନ କରିଥିଲେ । ସେହିପରି ଅନୁଷ୍ଠାନର ଦୁଇଜଣ ସଦସ୍ୟା ଶୁଭଲକ୍ଷ୍ମୀ ପାତ୍ର ଓ ପ୍ରିୟଙ୍କା ପାଣିଙ୍କ ଜନ୍ମ ଦିବସ ପାଳନ କରାଯାଇ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରତିଷ୍ଠାନର ପରିଚାଳିକା ହେମନ୍ତା ତାଣ୍ଡିଆଙ୍କ ଉପସ୍ଥିତିରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସମ୍ପାଦିକା ଲୀନା ତ୍ରିପାଠୀ, ଶୁଭଲକ୍ଷ୍ମୀ ପାତ୍ର, ପ୍ରିୟଙ୍କା ପାଣି, ଲିପ୍ସା ମହାରଣା, କବିତା ଦଳାଇ, ଶର୍ମିଲା ଦୀପ, ଅମ୍ରିତ କୌର, ଜ୍ୟୋତିର୍ମୟ ଆଚାର୍ଯ୍ୟ, ଗୀତାରାଣୀ ଆଚାର୍ଯ୍ୟ, ସ୍ନିଗ୍ଧା ପୁହାଣ, ସୁମିତ୍ରା ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ସୁନ୍ଦରାୟ ଧନ୍ୟବାଦ ଅର୍ପଣ କରିଥିଲେ ।